ଯୁବପିଢିଙ୍କ ରୋଜଗାରକୁ ନେଇ ବିଧାନସଭାରେ ସୂର୍ଯ୍ୟବଂଶୀଙ୍କ ଦମଦାର ଅଭିଭାଷଣ

ଅର୍ଗସ ବ୍ୟୁରୋ: 24 ବର୍ଷର ଏ ସରକାର । ହେଲେ ଆଜି ବି ପ୍ରତିଶ୍ରୁତି ଆଜି ବି ସମ୍ଭାବନା । ବାସ୍ତବତାରେ ପରିଣତ ହେବାର ଦୃଶ୍ୟ କେବେ ଦେଖିବେ ରାଜ୍ୟବାସୀ । ଯୁବପିଢିଙ୍କ ରୋଜଗାରକୁ ନେଇ ବିଧାନସଭାରେ ସୂର୍ଯ୍ୟବଂଶୀଙ୍କ ଦମଦାର ଅଭିଭାଷଣ । ବିରୋଧୀ ବି ତାଜୁବ ।
ଓଡ଼ିଆ ଯୁବକ ଯୁବତୀମାନେ ଓଡ଼ିଶାରେ ରୋଜଗାର ପାଉନାହାଁନ୍ତି । ତାମିଲନାଡୁରେ ୩୯ ହଜାର ଶିଳ୍ପ କିନ୍ତୁ ଓଡ଼ିଶାର ଶିଳ୍ପ ସଂଖ୍ୟା ୩୨୦୦ । ଓଡ଼ିଆ ପିଲା ତାମିଲନାଡୁ ଯାଇ ଦାଦନ ଖଟୁଛନ୍ତି । ଆଉ ସେଠୁ ଲୋକ ଆସି ଆମ ରାଜ୍ୟ ଚଳାଉଛନ୍ତି ।
24 ବର୍ଷର ଏ ସ୍ଥାୟୀ ସରକାରରେ କେବଳ ବଢିଛି ତ ଦାଦନ ଆଉ ବେକାରୀ ସମସ୍ୟା । ନୂଆ ଓ କାର୍ଯ୍ୟକ୍ରମ କରି ଯୁବପିଢିଙ୍କୁ ପଥଭ୍ରଷ୍ଟ କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ସେପଟେ ରୋଜଗାର ପାଇଁ କିଏ ତାମିଲନାଡୁ ଯାଉଛି ତ କିଏ କେରଳ । ଉପକୂଳରୁ ଉପାନ୍ତ ସରୁନି ଦାଦନ ଦୁଃଖ । ଆ ଠୁ ବଡ ବିଡମ୍ବନାର ବିଷୟ କଣ ବୋଲି ପଚାରିଛନ୍ତି ସୂରଜ ।
2016 ରୁ ତିନି ତିନି ଥର ମେକ ଇନ ଓଡିଶା କଲକ୍ଲେଭ ହୋଇଛି ।
ହେଲେ ଗତ 5 ବର୍ଷରେ FDI ରାଙ୍କରେ ସବୁଠୁ ତଳେ ଓଡିଶା ।
📱 Get Argus News App
✨ଗୁଜୁରାଟ ସରକାର ଏଫଡିଆଇ ମାଧ୍ୟମରେ 2 ଲକ୍ଷ 83 ହଜାର ଟଙ୍କା ଆଣିପାରିଥିବାବେଳେ
ତାମିଲନାଡୁ- 81 ହଜାର 755 କୋଟି ଟଙ୍କା
ହେଲେ ଓଡିଶା 2016 ମସିହା ପରଠୁ ତିନି ତିନି ଥର ମେକ୍ ଇନ୍ ଓଡିଶା କଲକ୍ଲେଭ୍ କରିଥିବା ସତ୍ତ୍ୱେ ଏଫଡିଆଇ ମାଧ୍ୟମରେ ଆଣିଛନ୍ତି ମାତ୍ର 13 ଶହ 77 କୋଟି ଟଙ୍କା । ଯାହାଠୁ ବଳି ବିଡମ୍ବନାର ବିଷୟ ଆଉ କିଛି ନାହିଁ...
ଠିକ୍ ସେମିତି ଶିଳ୍ପ ସୃଷ୍ଟି କରିବା ରାଜ୍ୟରେ ବି ଆମେ ପଛରେ ।
ଗୁଜୁରାଟରେ ଶିଳ୍ପ ସଂସ୍ଥା - 29,766
ତାମିଲନାଡୁରେ ଶିଳ୍ପ ସଂଖ୍ୟା - 39,512
ଆଉ ଏହି ଅନୁପାତରେ ଓଡିଶାରେ ଶିଳ୍ପ ସଂଖ୍ୟା - 3204
ଓଡିଶାରୁ ଲୋକ ଯାଇ ଲୋକ ଯାଇ ତାମିଲନାଡୁରେ ଦାଦନ ଖଟୁଛନ୍ତି । ଆଉ ତାମିଲନାଡୁ ଲୋକ ଏଠି ସରକାର ଚଲାଉଛନ୍ତି । ଆଉ ସରକାର କହୁଛନ୍ତି ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ୧୦ଲକ୍ଷ ୪୮ହଜାର ୮୦୭ କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି । ଏ ପ୍ରତିଶ୍ରୁତି ବାସ୍ତବରେ କେବେ ପୂରଣ ହେବ ତାହା ସମୟ କହିବ ।