|
logo
Live
Argus News App
GET APP

Argus News - ସୁରଜଙ୍କ ଦମ୍ଭୋକ୍ତି : ସବୁ ଲୋକସଭା ଆସନ ଯିବ ବିଜେପି ଖାତାକୁ

Odisha

ସୁରଜଙ୍କ ଦମ୍ଭୋକ୍ତି : ସବୁ ଲୋକସଭା ଆସନ ଯିବ ବିଜେପି ଖାତାକୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସୁରଜଙ୍କ ଦମ୍ଭୋକ୍ତି : ସବୁ ଲୋକସଭା ଆସନ ଯିବ ବିଜେପି ଖାତାକୁ

Key Points

  • ୨୧ ରୁ ୨୧ ଲୋକସଭା ସିଟ୍‌ ଜିତିବ ବିଜେପି
  • ସର୍ଭେ ରିପୋର୍ଟକୁ ନେଇ ଦମ୍ଭୋକ୍ତି ଦେଖାଇଲେ ସୂର୍ଯ୍ୟବଂଶୀ 
  • ରିପୋର୍ଟ ଦେଖି ଶଙ୍ଖ ଶିବିରରେ ପଶିଲା ଛନକା

ଅର୍ଗସ ବ୍ୟୁରୋ: ନବୀନ ବାବୁଙ୍କ ହୋସ ଉଡାଇଲା ସର୍ଭେ ରିପୋର୍ଟ । କାରଣ ରାଜ୍ୟରେ ଦିନକୁ ଦିନ ନବୀନଙ୍କ ଲୋକପ୍ରିୟତା ଖସୁଥିବା ବେଳେ ବିଜେପିର ଲୋକପ୍ରିୟତା ବଢୁଛି । ଆଉ ଏତିକି ବେଳେ ଧାମନଗରର ବିଜେପି ବିଧାୟକ ଗଣମାଧ୍ୟମରେ ଯେଉଁ ପ୍ରତିକ୍ରିୟା ରଖିଲେ ତାହାକୁ ନେଇ ବେଶୀ ଚିନ୍ତିତ ହୋଇପଡିଛନ୍ତି ବିଜେଡି ଶୀର୍ଷସ୍ତରର ନେତା । କାରଣ ସୂରଜ କହିଛନ୍ତି ଏଥର ୮ କି ୧୧ ନୁହେଁ ବରଂ ୨୧ରୁ ୨୧ ଆସନରେ ଜିତିବ ବିଜେପି ।

ହ୍ରାସ ପାଉଛି ଓଡ଼ିଶାରେ ନବୀନ ସରକାରର ଲୋକପ୍ରିୟତା । ଟାଇମ୍ସ ନାଓ  ଜନମତ ସର୍ଭେରେ ସାମ୍ନାକୁ ଆସିଥିବା ବଡ଼ ତଥ୍ୟ ଦେଖିଲେ, ବିଜେପି ଲୋକସଭାରେ ୧୧ ଓ ବିଜେଡି ଖାତାକୁ ଯିବ ମାତ୍ର ୯ ଟି ଆସନ...ଏହାସହ କଂଗ୍ରେସକୁ ମାତ୍ର 9.6 ପ୍ରତିଶତ ଭୋଟ ସହ ଗୋଟିଏ ଆସନ ମିଳିବ । ତେବେ ୨୦୧୪ ରେ ସମାନ ୪୪.୮ ପ୍ରତିଶତ ଭୋଟ ପାଇ ୨୦ ଆସନ ଦଖଲ କରିଥିଲା ବିଜେଡ଼ି । ସର୍ଭେ ଅନୁସାରେ ନବୀନ ସରକାରର ପ୍ରଦର୍ଶନରେ ୪୩ ପ୍ରତିଶତ ଭୋଟର ଅସନ୍ତୁଷ୍ଟ। 24% ଭୋଟର ଖୁବ୍ ସନ୍ତୁଷ୍ଟ,31% ଭୋଟର ସାମାନ୍ୟ ସନ୍ତୁଷ୍ଟ । 

ତେବେ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନ ସହ 42.76 ପ୍ରତିଶତ ଭୋଟ ପାଇଥିଲା । ବିଜେପି 8 ଟି ଆସନ କବଜା କରିଥିବା ବେଳେ ଦଳର ଭୋଟ ହାର ଥିଲା 38.37... କଂଗ୍ରେସ 14.73 ପ୍ରତିଶତ ଭୋଟ ସହ ଗୋଟିଏ ଆସନ ଜିତିଥିଲା। ଏଥର ଟାଇମ୍ସ ନାଓ ସର୍ଭେରେ କଂଗ୍ରେସର ଭୋଟ ହାର ପାଖାପାଖି 5 ପ୍ରତିଶତ କମୁଥିବା ବେଳେ ବିଜେଡିର 2 ପ୍ରତିଶତ କମୁଛି  । ଯାହାକୁ ନେଇ ଚିନ୍ତାରେ ବିଜେଡି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ପାଇଁ ଓଡ଼ିଶାରେ ବଢୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା । ଅନ୍ୟପଟେ ଦୀର୍ଘ ଦିନର ଶାସନ ଯୋଗୁ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମିଛି । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ଅର୍ପଣ ରଥ ବିବାଦ, କଲେଜଗୁଡିକରେ ନୂଆ ଓ କାର୍ଯ୍ୟକ୍ରମ କରି ଶିକ୍ଷାର ବାତାବରଣକୁ ନଷ୍ଟ କରିବା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଉପେକ୍ଷା, ଏଭଳି ନାନା ପ୍ରସଙ୍ଗରେ ବିବାଦରେ ଛନ୍ଦି ହୋଇଛନ୍ତି ରାଜ୍ୟ ସରକାର। ଏହା ବାଦ୍ ଦୁର୍ନୀତି, ପିସି କାରବାର, ଯୋଜନାରୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ରହିଛି...ତେଣୁ ୨୪ ନିର୍ବାଚନରେ ବିଜେଡିକୁ ଉଚିତ ଜବାବ ମିଳିବ ବୋଲି ଲୋକେ କହିଲେଣି ।
 

Sponsored
ସୁରଜଙ୍କ ଦମ୍ଭୋକ୍ତି : ସବୁ ଲୋକସଭା ଆସନ ଯିବ ବିଜେପି ଖାତାକୁ | Argus News