Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି

Odisha

ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି

Smruti Parija
Browse all articles by Smruti Parija
·1 year ago·1 min read
ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି । ଧାନ କିଣାବିକା ସମୟରେ ଦଲାଲ ସକ୍ରିୟ ହେବାର ଆଶଙ୍କା ରହିଛି । ଏଥି ପାଇଁ ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସରକାର ଦଲାଲଙ୍କ ଉପରେ ନଜର ରଖିଛନ୍ତି। ତେବେ ମୋହନ ସରକାରରେ ଦଲାଲିରାଜ  ଚାଲିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । କୃଷକଙ୍କ ଖାତାକୁ ସିଧାସଳଖ 3100 ଟଙ୍କା ଯିବ। ଦିନେ ଦୁଇଦିନ ମଧ୍ୟରେ ଚଳିତ ବର୍ଷ ଲାଗି ଧାନ କିଣା ନୀତି ଜାରି ହେବ ।  

ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଏଣିକି ମଣ୍ଡିକୁ ଯିବେ ଅଫିସର। ମଣ୍ଡିରେ ଅଫିସରଙ୍କ ଫଟୋ ଉଠାଇବା ପାଇଁ ପ୍ରସ୍ତୁତ ହୋଇଛି ଆପ। ପ୍ରତ୍ୟେକ ଅଫିସରଙ୍କୁ ମିଳିବ ଗୋଟେ ଗୋଟେ ମଣ୍ଡି ଦାୟିତ୍ବ । 4ରୁ 5 ମଣ୍ଡିକୁ ନେଇ ପ୍ରସ୍ତୁତ ହେବ ଜୋନ । ଜୋନ ଦାୟିତ୍ବରେ ରହିବେ ବରିଷ୍ଠ ଅଧିକାରୀ । ଏହି ଜୋନର ଅନୁଧ୍ୟାନ କରିବେ ଜିଲ୍ଲାପାଳ । ମଣ୍ଡିର ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ 560 କୋଟି ବ୍ୟବସ୍ଥା କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dhana mandi will open in the state soon | Argus News