Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧନୁଯାତ୍ରା: ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ୧୨ କୋଟି ମଞ୍ଜୁର କଲେ ରାଜ୍ୟ ସରକାର

Smruti Parija
Browse all articles by Smruti Parija
·1 year ago·1 min read
ଧନୁଯାତ୍ରା: ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ୧୨ କୋଟି ମଞ୍ଜୁର କଲେ ରାଜ୍ୟ ସରକାର

ବରଗଡ଼ ପାଇଁ ଆସିଲା ଖୁସି ଖବର । ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨ କୋଟି ୭୯ ଲକ୍ଷ ୩୧ ହଜାର ୯ ଶହ ଟଙ୍କା ମଞ୍ଜୁର କରିଛନ୍ତି । ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ତାଙ୍କ ଫେସ୍‌ବୁକ ଆକାଉଣ୍ଟ ପେଜରେ ଏହି ସୂଚନା ଦେବା ସହ ପର୍ଯ୍ୟଟନ ବିଭାଗର ଏକ ଚିଠିରେ ମଧ୍ୟ ଉଲ୍ଲେଖ କରାଯାଇଛି ।


ଏଥିପାଇଁ ବିଧାୟକ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କୃତଜ୍ଞତା ଜଣାଇବା ସହିତ ଏହା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଭବ୍ୟ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି । ବରଗଡ଼ ନିଶାମଣି ହାଇସ୍କୁଲ ପଡ଼ିଆରେ ରାଜମହଲ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି ବୋଲି ଏନେଇ ପ୍ରକାଶିତ ଚିଠିରେ ଉଲ୍ଲେଖ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ବରଗଡ଼ ଧନୁଯାତ୍ରାରେ କୃଷ୍ଣ, ବଳରାମ ନୁହେଁ ବରଂ କଂସ ହିଁ ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି । କଂସ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଯୋଗାଇଥାଏ ମନୋରଞ୍ଜନର ଖୋରାକ ।

Sponsored
Dhanu Yatra: State government approves Rs 12 crore for construction of permanent palace | Argus News