କଂସଙ୍କ ଅଟହାସ୍ୟ ଓ ପାର୍ଶ୍ଵ କଳାକାରଙ୍କ ଡ଼ାଏଲଗରେ କମ୍ପୁଛି ଆଖଡ଼ାଶାଳ

Key Points
ମହାରାଜା କଂସଙ୍କ ଅଟହାସ୍ୟ ଓ ପାର୍ଶ୍ଵ କଳାକାରଙ୍କ ଡ଼ାଏଲଗରେ କମ୍ପୁଛି ଆଖଡ଼ା ଶାଳ ।
ବରଗଡ: ମହାରାଜା କଂସଙ୍କ ଅଟହାସ୍ୟ ଓ ପାର୍ଶ୍ଵ କଳାକାରଙ୍କ ଡ଼ାଏଲଗରେ କମ୍ପୁଛି ଆଖଡ଼ାଶାଳ । ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ କେଇଟା ଦିନ ବାକି ଥିବାବେଳେ କଳାକାରମାନେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଆଜି ଗାନ୍ଧିଛକ ସ୍ଥିତ କଲ୍ୟାଣ ମଣ୍ଡପର ଆଖଡ଼ାଶାଳରେ ଧନୁଯାତ୍ରାର ଶେଷ ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା।
କୃଷ୍ଣ ବଳରାମଙ୍କୁ ହତ୍ୟା କରିବାପାଇଁ ମାମୁଁ କଂସ ଧନୁଯାତ୍ରାର ଆୟୋଜନ କରି ଭାଇଙ୍କୁ ମଥୁରା ଡାକିଛନ୍ତି । ମାମୁଁ କଂସଙ୍କ ନିମନ୍ତ୍ରଣ ରକ୍ଷା କରି କୃଷ୍ଣ ବଳରାମ ଧନୁଯାତ୍ରା ଦେଖିବା ପାଇଁ ମଥୁରାକୁ ଆସିଛନ୍ତି । ପ୍ରଥମେ ମଥୁରା ନଗରୀର କୁବାଳୟା ହସ୍ତି, ଅଷ୍ଟ ମଳ୍ଳ ଓ ସଢ଼ ମଲ୍ଲ କୁ ବଧ କଲାପରେ ମହାମନ୍ତ୍ରୀ ,ସେନାପତି ସମସ୍ତେ କୃଷ୍ଣ ବଳରାମଙ୍କ ଶରଣାପନ୍ନ ହୋଇଛନ୍ତି ।
📱 Get Argus News App
✨ଶେଷରେ କଂସ ମାମୁଁଙ୍କ ସହ କୃଷ୍ଣ ବଳରାମ ଭେଟ ହେବାବେଳେ କୃଷ୍ଣ ଯେ ସ୍ଵୟଂ ନାରାୟଣ ଜାଣି ରାକ୍ଷସ ଜନ୍ମରୁ ତ୍ରାହି ପାଇବା ପାଇଁ ସୁଦର୍ଶନ ଚକ୍ର ପେଶିବାକୁ କାକୁତି ମିନତି ହୋଇଥିଲେ ମାମୁଁ କଂସ । ହେଲେ କୃଷ୍ଣ ଶୁଣିନଥିଲେ ମାମୁଁ କଂସଙ୍କ ଗୁହାରି। ଶେଷରେ କୃଷ୍ଣ ବଳରାମଙ୍କ ସହ ଗଦା ଯୁଦ୍ଧ କରି କୃଷ୍ଣଙ୍କ ହାତରେ ମାମୁଁ କଂସ ନିହତ ହୋଇଛନ୍ତି । ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଏ ଅନ୍ତିମ ଦୃଶ୍ୟ ବାସ୍ତବରେ ଆକର୍ଷଣୀୟ ଥିଲା ।
ଧନୁଯାତ୍ରାକୁ ଆଉ ଅଳ୍ପ ସମୟ ହାତରେ ଥିବାବେଳେ ନିଜର ନିଖୁଣ ଅଭିନୟ ଦ୍ୱାରା ଚଳିତ ଥର ଦର୍ଶକଙ୍କୁ ଖୁସି କରିବେ ବୋଲି ଆଶା ବାନ୍ଧିଛନ୍ତି କଳାକାରମାନେ । ଅନ୍ୟପଟେ ଚଳିତ ଥର ପ୍ରଥମ କରି କୃଷ୍ଣ ବଳରାମ ଭୂମିକାରେ ଅଭିନୟ କରୁଥିବା କୁନି କୁନି କଳାକାରମାନେ ମଧ୍ୟ ବେଶ୍ ଖୁସି ଓ ଉତ୍ସାହିତ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।