Dhanuyatra / ଧନୁଯାତ୍ରା କଳାକାରଙ୍କ ଆଖଡ଼ା, ଉପସ୍ଥିତ ଅଛନ୍ତି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ
·7 months ago·2 min read

Key Points
ଆଉ ଦିନ କେଇଟା ପରେ ଧନୁଯାତ୍ରା
ଆରମ୍ଭ ହୋଇଛି ଧନୁଯାତ୍ରାର ଆଖଡ଼ା ଶାଳ
ଆରମ୍ଭ ହୋଇଛି ଧନୁଯାତ୍ରାର ଆଖଡ଼ା ଶାଳ
ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଖଡ଼ା ଶାଳ । ପ୍ରଥମ ଦିନରେ ମହାରାଜା ଉଗ୍ରସେନଙ୍କ ରାଜ ଦରବାର, ବସୁଦେବ - ଦେବକୀଙ୍କ ବିବାହ, ଯୁବରାଜ କଂସଙ୍କ ଆଗମନ, ଦୈବବାଣୀକୁ ଅଭ୍ୟାସ କରିଥିଲେ କଳାକାର । ପ୍ରତିଟି ଦୃଶ୍ୟ କେମିତି ନିଖୁଣ ଭାବେ ପ୍ରଦର୍ଶିତ କରାଯିବ ସେନେଇ ପ୍ରସ୍ତୁତ ହେଉଛନ୍ତି କଳାକାର । ନାଟ୍ୟ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି କଳାକାରଙ୍କ ଜୋରଦାର ଅଭ୍ୟାସ । ଵରଗଡ଼ ଧନୁଯାତ୍ରାକୁ ଆଉ ୨୨ ଦିନ ବାକି ଥିବାବେଳେ ଏଥିରେ ଅଭିନୟ କରୁଥିବା କଳାକାର ଆଜିଠାରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି ।
ଚଳିତ ବର୍ଷ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂତନ ସଂଳାପ ସହ ନୂତନ ଢ଼ଙ୍ଗର ଅଭିନୟ ଯୋଡ଼ାଯାଉଛି । କଳାକାରଙ୍କ ଆଖଡାସ୍ଥଳୀରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ସମ୍ପାଦକ ସୁରେଶ୍ବର ଶତପଥୀ ସାମିଲ ହୋଇ କଳାକାରଙ୍କୁ ଉତ୍ସାହିତ କରିଥିଲେ ।ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି । କଂସ କଳାକାର ଚୟନ ପ୍ରକ୍ରିୟା ରହିଥିଲା । ଶେଷରେ କଂସ ଭାବରେ ଚୟନ ହୋଇଥିଲେ ସୁଶୀଲ କୁମାର ମେହେର।
୪୪ଜଣ ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ୩୬ଜଣ କଳାକାର ବେଶଭୂଷା, ପରିପାଟୀ ସହିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ବିଚାରକ ମଣ୍ଡଳୀଙ୍କ ସମ୍ମୁଖରେ ନିଜ ଅଭିନୟ ନିଖୁଣତା ପ୍ରଦର୍ଶନ ସହିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ସେହିପରି ଗତ ୧୫ ତାରିଖ ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଉଗ୍ରସେନ ଏବଂ ୧୬ ତାରିଖ ମହାମନ୍ତ୍ରୀ ଓ ସେନାପତି ଚରିତ୍ର ପାଇଁ କଳାକାର ଚୟନ ହୋଇଥିଲା । ବିଚାରକଭାବେ ବରଗଡ଼ର ମିହିର କୁମାର ମେହେର, କଳାହାଣ୍ଡିର ପରମେଶ୍ଵର ମୁଣ୍ଡ, ସମ୍ବଲପୁରର ପ୍ରଦୀପ କୁମାର ପଣ୍ଡା, ଝାରସୁଗୁଡ଼ାର ସୁବାଷ ପ୍ରଧାନ ଏବଂ ଦେବଗଡ଼ର ସୁଜିତ ପାତ୍ର ଉପସ୍ଥିତ ଥିଲେ । ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ କଳାକାର ଚୟନ ପ୍ରକିୟାର ଫଳାଫଳ ଘୋଷଣା କରାଯାଇଛି । ତା' ସହ କଂସ , ମହାମନ୍ତ୍ରୀ, ସେନାପତି, ଦେବକୀ, ନାରଦ,ଅକ୍ରୁର ସହ ଚାନୁର, ମୁଷ୍ଟିକ ସହ ବିଭିନ୍ନ କଳାକାର ଦେଇଥିଲେ ଅଡିସନ୍ । ଏହି ସମସ୍ତ ପଦବୀର ମଧ୍ୟ ଫଳାଫଳ ଘୋଷଣା କରାଯାଇଥିଲା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories