Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜେଲ ଗଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା

Rashmita Mishra
Browse all articles by Rashmita Mishra
·1 year ago·2 min read
ଜେଲ ଗଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା

Key Points

ଜେଲରେ ଧର୍ମଗଡ଼ ଉପଜିଲ୍ଲାପାଳ
ଜେଲ ଗଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା
ଜାମିନ ନାମଞ୍ଜୁର ହେବାରୁ ଭବାନୀପାଟଣା ଜେଲ୍ ଗଲେ
୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଫସିଥିଲେ
ସରକାରୀ କ୍ବାର୍ଟସରୁ ମିଳିଥିଲା ନଗଦ ୪୭ ଲକ୍ଷ ଟଙ୍କା
ଜଣେ କ୍ରସର ମାଲିକଙ୍କଠୁ ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ

ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଆଉ ନିର୍ବାଚନ ପରେ ବିଜେପି ସରକାର ହେବା ପରେ ମୁଖ୍ୟମନ୍ତ୍ରୀ ବାରମ୍ବାର ଚେତାଇଛନ୍ତି, ଦୁର୍ନୀତିଖୋର ସୁଧୁରି ଯାଆନ୍ତୁ ନହେଲେ ବନ୍ଧା ହୋଇ ଜେଲ୍ ଯିବେ । କିନ୍ତୁ ବିଜେଡି ଶାସନର ସୁରକ୍ଷା ବଳୟରେ ରହିଥିବା ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଅଭ୍ୟାସ ବଦଳିବାର ନାଁ ନେଉନାହିଁ। ପରିଣାମ ହେଲା ଭିଜିଲାନ୍ସ ହାତରେ ବନ୍ଧା ହେଉଛନ୍ତି ରାଜ୍ୟର ବଡ଼ ବଡ଼ ଅଫିସର । ଆଉ ଏଥର ତ ଗିରଫ ହୋଇଛନ୍ତି ବଡ଼ ମାଛ । ଧର୍ମଗଡ଼ ଉପଜିଲ୍ଲାପାଳ IAS ଅଫିସର ଧୀମାନ ଚାକମା। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ, ଘରେ ଚଢ଼ାଉ ହେଲା ତ ଜବତ ହେଲା ୪୭ ଲକ୍ଷ ଟଙ୍କା।


ଜେଲ ଗଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା । କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଭବାନୀପାଟଣା ଜେଲ୍ ଗଲେ ଧୀମାନ ଚକମା । ବ୍ୟବସାୟୀଙ୍କଠୁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଫସିଥିଲେ । ପରେ IAS ଅଫିସରଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କ ସରକାରୀ କ୍ବାର୍ଟର୍ସରୁ ମିଳିଥିଲା ନଗଦ ୪୭ ଲକ୍ଷ ଟଙ୍କା । ଭବାନୀପାଟଣା ଉପ ଆରକ୍ଷୀ ଅଧିକ୍ଷକ ଭିଜିଲାନ୍ସ ଅଫିସରେ ଉପଜିଲ୍ଲାପାଳଙ୍କୁ ଜେରା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଜୟପାଟଣାର ଜଣେ କ୍ରସର ମାଲିକଙ୍କଠୁ ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଧମକ ଦେଉଥିଲେ ଧର୍ମଗଡ଼ ଉପଜିଲ୍ଲାପାଳ । ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ IAS ଚକମାଙ୍କ ଘର ପୂର୍ବୋତ୍ତର ରାଜ୍ୟ ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dharmagarh-sub-district-collector-dhiman-chakma-goes-to-jail | Argus News