Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥଯାତ୍ରାର 'ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌' ବର୍ଜନ କରିବାକୁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ରଥଯାତ୍ରାର 'ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌' ବର୍ଜନ କରିବାକୁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର

Key Points

'ପୁରୀ ବଡ଼ଦାଣ୍ଡ ଦୂଷିତ ହେବା ସହ ପ୍ରଦୂଷଣର ପ୍ରଭାବ ସ୍ଥାନୀୟ ପରିବେଶ ଉପରେ ପଡିଥାଏ ।'

'ଗାନ୍ଧିଜୀଙ୍କ ଆଗ୍ରହର ବିଷୟ ଥିଲା - ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଜୀବନ ସୁରକ୍ଷା ।'

ରଥଯାତ୍ରାରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ’କୁ ବର୍ଜନ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଭିଡିଓ ବାର୍ତ୍ତାରେ ଧର୍ମେନ୍ଦ୍ର କହିଛନ୍ତି, ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଅବସର ହେଉଛି ରଥଯାତ୍ରା । ରଥଯାତ୍ରାରେ ପୁରୀକୁ ଆସୁଥିବା ଜନସାଧାରଣ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ଅଧିକ ବ୍ୟବହାର କରିଥାନ୍ତି ।

ଭକ୍ତମାନେ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋଟଲ, ପାଣି ଗ୍ଲାସ ଏବଂ ଖାଦ୍ୟ ସାମଗ୍ରୀ ନେବା ପାଇଁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଆଦିର ବ୍ୟବହାର କରିଥାନ୍ତି । ଏହା ଦ୍ୱାରା ପୁରୀ ବଡଦାଣ୍ଡ ଦୂଷିତ ହେବା ସହ ପ୍ରଦୂଷଣର ପ୍ରଭାବ ସ୍ଥାନୀୟ ପରିବେଶ ଉପରେ ପଡିଥାଏ । ଗାନ୍ଧିଜୀଙ୍କ ଆଗ୍ରହର ବିଷୟ ଥିଲା - ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଜୀବନ ସୁରକ୍ଷା । ଏହି ତିନୋଟି ଲକ୍ଷ୍ୟକୁ ହାସଲ କରିବା ପାଇଁ ହେଲେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି ।

ଭକ୍ତିଭାବ ଓ ନିଷ୍ଠା ସହକାରେ ପୁରୀର ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବାକୁ ସେ କହିଛନ୍ତି । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ରି-ୟୁଜ୍ ଏବଂ ରି-ସାଇକ୍ଲିଂ କରିବା ପାଇଁ ବ୍ୟାପକ ଜନଆନ୍ଦୋଳନ ଆରମ୍ଭ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏହି ପ୍ରୟାସ ଆଗାମୀ ପିଢିର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ବଡ଼ ଓ ପ୍ରଭାବଶାଳୀ ପଦକ୍ଷେପ ହେବ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra calls for ban on 'single use plastic' | Argus News