|
logo
Live

Argus News - ଧର୍ମେନ୍ଦ୍ର ଆହ୍ଵାନ ଦେଲେ, ଓଡ଼ିଆ ପିଲା ନିଯୁକ୍ତି ସୃଷ୍ଟି କଲେ

Odisha

ଧର୍ମେନ୍ଦ୍ର ଆହ୍ଵାନ ଦେଲେ, ଓଡ଼ିଆ ପିଲା ନିଯୁକ୍ତି ସୃଷ୍ଟି କଲେ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଧର୍ମେନ୍ଦ୍ର ଆହ୍ଵାନ ଦେଲେ, ଓଡ଼ିଆ ପିଲା ନିଯୁକ୍ତି ସୃଷ୍ଟି କଲେ

Key Points

  • ଧର୍ମେନ୍ଦ୍ର ଆହ୍ଵାନ ଦେଲେ
  • ଓଡ଼ିଆ ପିଲା ନିଯୁକ୍ତି ସୃଷ୍ଟି କଲେ
  • ୪୬ ପିଲାଙ୍କୁ ଚାକିରି ଦେଲେ ସାକ୍ୟସିଂହ
  • ୧୫୦ ନିଯୁକ୍ତି ସୃଷ୍ଟି କଲେ ସାତୱିକ

ଅର୍ଗସ ବ୍ୟୁରୋ: ଓଡ଼ିଆ ପିଲା କେଉଁଥିରେ କମ୍‌ ନୁହେଁ । ସୁଯୋଗ ପାଇଲେ ସ୍ଵର୍ଗକୁ ନିସୁଣୀ ଲଗାଇ ଦେବାର ଜୋସ୍‌ ଆମ ପାଖରେ ଅଛି । ଡ୍ରୋନଠୁ ଆରମ୍ଭ କରି AI ତିଆରି କରିବାରେ ଓଡ଼ିଆ ପୁଅ ପାରଙ୍ଗମ । କେବଳ ସୁଯୋଗକୁ ଆମେ କରିଥାଉ ଅପେକ୍ଷା (ALFA)  ...ଗତକାଲି ଜଟଣୀରେ କେନ୍ଦ୍ରୀୟ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ କିଛି ଏମିତି କହିବା ସହିତ ଆମେ ଚାକିରି ଦେବା ବୋଲି କହିଥିଲେ ଧର୍ମେନ୍ଦ୍ର । ଆଉ ଧର୍ମେନ୍ଦ୍ରଙ୍କ ଆହ୍ଵାନ ପରେ ଓଡ଼ିଆ ପିଲାଙ୍କୁ କିଏ କେତେ ନିଯୁକ୍ତି ଦେଇଛି ସେନେଇ ଟ୍ଵିଟର ଆରମ୍ଭ ହୋଇଯାଇଥିଲା ଉତ୍ତର । 

ଯୁବ ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ର ୪୬ ପିଲାଙ୍କୁ ନିଯୁକ୍ତି ଦେଇଥିବା କହିବା ସହିତ ଆମେ ଓଡ଼ିଆ ପିଲା, ଓଡ଼ିଶାରେ ହିଁ ନିଯୁକ୍ତି ସୃଷ୍ଟି କରିବା ବୋଲି କହିଥିଲେ । ସାକ୍ୟ ୪୬ ପିଲାଙ୍କୁ ଚାକିରି ଦେଇଥିବା ବେଳେ ସାତୱିକ ୧୫୦ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି । ଠିକ୍‌ ସେହପରି ରୋସନ ୩୦ ପିଲାଙ୍କ ଲାଗି ସୃଷ୍ଟି କରିଛନ୍ତି ନିଯୁକ୍ତି ସୁଯୋଗ । ଏହାସହ ସ୍ଵପନିଲ ୯୦ରୁ ଅଧିକ ପିଲାଙ୍କ ଲାଗି ନିଯୁକ୍ତ ସୁଯୋଗ ସୃଷ୍ଟି କରିଥିବା କହିଥିଲେ । କେବଳ ଏମାନେ ନୁହନ୍ତି ବରଂ ଅମିତ, ତ୍ରିଲୋଚନ, ପ୍ରଭାତଙ୍କ ପରି ବ୍ୟକ୍ତି ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା କହିଛନ୍ତି ।

ଗତକାଲି ଜଟଣୀରେ ପଦନପୁରରେ NSTIର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଧର୍ମେନ୍ଦ୍ର ଓଡ଼ିଆଙ୍କ ପାଇଁ କେତେ ଚିନ୍ତିତ ତାହା ତାଙ୍କ ଭାଷଣରୁ ହିଁ ସ୍ପଷ୍ଟ ବାରି ହୋଇ ପଡିଥିଲା । କାରଣ ଧର୍ମେନ୍ଦ୍ର କହିଥିଲେ, ଏବେ ସବୁଠି ଓଡିଆଙ୍କ ଦବଦବା । ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ । ଦକ୍ଷ ପ୍ରଶିକ୍ଷକ ବାହାରିଲେ ପିଲାଙ୍କ ଦକ୍ଷତା ବଢ଼ିବ । ଆଗାମୀ ଦିନରେ ଆମ ଓଡିଆ ପିଲା ଚାକିରି ଦେବେ । ଧର୍ମପଦ ହେବେ । ନୂଆ କୋଣାର୍କ ଦେବେ ...Alfa

ବାସ୍‌...ଧର୍ମେନ୍ଦ୍ରଙ୍କ ଏପରି ଲୋମଟାଙ୍କୁରା ଭାଷଣ ଉପସ୍ଥିତ ଥିବା ପିଲାଙ୍କ ମନରେ ଭରିଥିଲା ଜୋସ୍‌ ।  ପାଠ ପଢି ଚାକିରି କରି ନିଜ ପାଇଁ ଓଡିଆ ଜାତି ପାଇଁ କିଛି କରି ଦେଖାଇବାର ଇଚ୍ଛା ଛାତ୍ରଛାତ୍ରୀଙ୍କ ସ୍ୱରରେ ସ୍ପଷ୍ଟ ବାରି ହୋଇପଡୁଥିଲା । କର ତାଳିରେ ଫାଟି ପଡୁଥିଲା ପୁରା ଅଞ୍ଚଳ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ କେନ୍ଦ୍ରମନ୍ତ୍ରୀ କହିଥିଲେ, ସମୟ ବଦଳୁଛି । ପାରିପାର୍ଶ୍ୱିକ ପରିସ୍ଥିତି ବଦଳୁଛି । ଲୋକେ ପରିବର୍ତ୍ତନକୁ ବି ଆପଣାଉଛନ୍ତି । ଆଗାମୀ ଦିନରେ ଏହି ଅଞ୍ଚଳର ପିଲା ରାଜ୍ୟ ନୁହେଁ, ଦେଶ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନେତୃତ୍ଵ ନେବେ । ବାସ୍‌ କେନ୍ଦ୍ର ମନ୍ତ୍ରୀଙ୍କର ଆହ୍ଵାନ କ୍ରମେ ଆଜିଠାରୁ ଓଡ଼ିଆ ଚାକିରି ଦେବେ କହିବା ସହ ନିଜେ ୪୬ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି ସାକ୍ୟସିଂହ । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।


  

Sponsored
ଧର୍ମେନ୍ଦ୍ର ଆହ୍ଵାନ ଦେଲେ, ଓଡ଼ିଆ ପିଲା ନିଯୁକ୍ତି ସୃଷ୍ଟି କଲେ | Argus News