Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିକାଶର ନକ୍ସା ଆଙ୍କିଲେ ଧର୍ମେନ୍ଦ୍ର, ଆଲାମଚାନ୍ଦ ପୋଖରୀର ନାଁ ବଦଳାଇବାକୁ ଆହ୍ୱାନ ଦେଲେ

Odisha

Dharmendra Pradhan / ବିକାଶର ନକ୍ସା ଆଙ୍କିଲେ ଧର୍ମେନ୍ଦ୍ର, ଆଲାମଚାନ୍ଦ ପୋଖରୀର ନାଁ ବଦଳାଇବାକୁ ଆହ୍ୱାନ ଦେଲେ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ବିକାଶର ନକ୍ସା ଆଙ୍କିଲେ ଧର୍ମେନ୍ଦ୍ର, ଆଲାମଚାନ୍ଦ ପୋଖରୀର ନାଁ ବଦଳାଇବାକୁ ଆହ୍ୱାନ ଦେଲେ

Key Points

ଗୋହିରାଟିକିରି ନିକଟ ଆଲାମଚାନ୍ଦ ପୋଖରୀର ନାଁ ପରିବର୍ତ୍ତନ ପାଇଁ ବି ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

ପ୍ରତିଶ୍ରୁତି ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧାମନଗର ବିକାଶର ନକ୍ସା ଆଙ୍କିଲେ ଧର୍ମେନ୍ଦ୍ର ପ୍ରଧାନ । ଧାମନଗର ଆସି ୧୦୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାକୁ ନେଇ ଖୁବ୍ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଧାମନଗରବାସୀ। ଏହାସହ ଆଲାମଚାନ୍ଦ ପୋଖରୀର ନାଁ ବଦଳାଇବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ।

ଧାମନଗରରେ ଆହୁରି ଗଡ଼ିଲା ବିକାଶ ରଥ । ଦିନିକିଆ ଗସ୍ତରେ ଆସି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଙ୍କିଛନ୍ତି ଧାମନଗର ବିକାଶର ନୂଆ ନକ୍ସା । ୧୦୧ କୋଟି ଟଙ୍କାରେ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ଭିତରେ ରହିଛି ଗୋହିରାଟିକିରିକୁ ବିଶ୍ବବିଦିତ କରିବା ଲାଗି ପ୍ରକଳ୍ପ । ପ୍ରାୟ ୨.୫ କୋଟି ଟଙ୍କାରେ ଐତିହାସିକ ସେନାପତିଆ ପୋଖରୀର ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ । ତା ସହ ୫ କୋଟି ଟଙ୍କାରେ ହେବାକୁ ଥିବା ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପାଇଁ ବି ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ଫଳରେ ପ୍ରାଚୀନ ଉତ୍କଳର ବୀରତ୍ବ ଗାଥା ବିଶ୍ବବିଦିତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗୋହିରାଟିକିରି ନିକଟ ଆଲାମଚାନ୍ଦ ପୋଖରୀର ନାଁ ପରିବର୍ତ୍ତନ ପାଇଁ ବି ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

କେବଳ ଗୋହିରାଟିକିରି ନୁହେଁ ଧାମନଗରକୁ ବିକାଶର ଶୀର୍ଷରେ ପହଞ୍ଚାଇବା ଲାଗି ଅନେକ ପ୍ରକଳ୍ପ ପାଇଁ ମଧ୍ୟ ହୋଇଛି ଶ୍ରୀଗଣେଶ। ୨୦ କୋଟି ଟଙ୍କାର ଧାମନଗର କଲେଜ ପ୍ରକଳ୍ପ, ଲୁଣିଆ ସହିଦ ସ୍ମାରକୀ ପୀଠର ବିକାଶ ସଂପର୍କିତ ପ୍ରକଳ୍ପ ପାଇଁ ମଧ୍ୟ ମୁଳଦୁଆ ପଡ଼ିଛି। ଶୁଭ ଦିଆଯାଇଥିବା ପ୍ରକଳ୍ପଗୁଡ଼ିକ ଧାମନଗର ପାଇଁ ଆଶୀର୍ବାଦ ହେବ। ଧାମନଗରବାସୀଙ୍କ ଜୀବନଧାରଣ ମାନ ବଢ଼ିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଅଞ୍ଚଳରେ ଶିକ୍ଷା, ପର୍ଯ୍ୟଟନ ଶିଳ୍ପର ବିକାଶ ହେବ । ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ।

୨୦୨୨ ଉପ ନିର୍ବାଚନ ପ୍ରଚାରରେ ଆସିଥିବାବେଳେ ଧର୍ମେନ୍ଦ୍ର ଗୋହିରାଟିକିରି ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ରକ୍ଷା କରିବା ସହ ଅଞ୍ଚଳର ବିକାଶ ପାଇଁ ଭେଟି ଦେଇଛନ୍ତି ଅନେକ ପ୍ରକଳ୍ପ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Dharmendra draws development plan, calls for changing the name of AlamChand Pond | Argus News