Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ ଧର୍ମେନ୍ଦ୍ର, ପଞ୍ଚଦଶ ଅର୍ଥକମିଶନ ଅନୁଦାନ ପାଇଁ ରଖିଲେ ଦାବି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ ଧର୍ମେନ୍ଦ୍ର, ପଞ୍ଚଦଶ ଅର୍ଥକମିଶନ ଅନୁଦାନ ପାଇଁ ରଖିଲେ ଦାବି

Key Points

ଅର୍ଥରାଶି ପ୍ରଦାନ ଦ୍ଵାରା ପୌରସଂସ୍ଥାର ମୌଳିକ ସମସ୍ୟାର ସୁଧାର ହେବ ।
ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ, ସ୍ୱାସ୍ଥ୍ୟସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ ।

ସମ୍ବଲପୁର ଓ ଦେବଗଡ଼କୁ ପଂଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ ନେଇ କେନ୍ଦ୍ରଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅର୍ଥରାଶି ପ୍ରଦାନ ଦ୍ଵାରା ପୌରସଂସ୍ଥାର ମୌଳିକ ସମସ୍ୟାର ସୁଧାର ହେବ ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗର ନିଗମ ଓ ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟି ଆଲୋଚନା କରିଛନ୍ତି । ଓଡ଼ିଶାର ସମ୍ବଲପୁର ଓ ଦେବଗଡ଼କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପୌର ସଂସ୍ଥାକୁ ଅର୍ଥ ଦିଆଯାଇନାହିଁ ।


ପଞ୍ଚଦଶ ଅର୍ଥ କମିଶନ ଅଧୀନରେ 'ମୌଳିକ ଏବଂ ସଂଯୁକ୍ତ ଅନୁଦାନ' ଏବଂ 'ସ୍ୱାସ୍ଥ୍ୟ ଅନୁଦାନ' ଏପର୍ଯ୍ୟନ୍ତ ନମିଳିବା ଯୋଗୁଁ ଅନେକ ବିକାଶ କାର୍ଯ୍ୟରେ ବାଧା ଉପୁଜିଛି । ଅନୁଦାନ ରାଶି ଦ୍ୱାରା ପୌର ସଂସ୍ଥାରେ ରାସ୍ତା ଏବଂ ଡ୍ରେନେଜ୍ ଉନ୍ନତି, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ। ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ, ସ୍ୱାସ୍ଥ୍ୟସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ ।

ସମ୍ବଲପୁର ଏବଂ ଦେବଗଡ଼ରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ କିପରି ଘର ମିଳିପାରିବ, ପିଏମ ସ୍ୱନିଧି ଯୋଜନାରେ ଉଠା ଦୋକାନୀ କିଭଳି ସହଜରେ ଋଣ ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ, ଇ- ବସ ଚଳାଚଳକୁ କିପରି ଅଧିକ ପ୍ରୋତ୍ସାହନ ମିଳିବ ଏବଂ ସହରରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ବ୍ୟବସ୍ଥିତ ହେବ, ସେନେଇ ମଧ୍ୟ ଆଲୋଚନା ହୋଇଛି । କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଏବଂ ପରେ ନିଜ ନିର୍ବାଚନ ମଣ୍ତଳୀ ପାଇଁ ଏନେଇ ପ୍ରତିଶ୍ରୁତି ଦେଇଥିଲେ। ଏସଂକ୍ରାନ୍ତରେ ପ୍ରଥମ ପଦକ୍ଷେପ ନେଇଥିବାରୁ ଲୋକେ ଧନ୍ୟବାଦ ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra meets Union Minister Manohar Lal in Delhi, demands 15th Finance Commission grant | Argus News