Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ବିଧାନ ନିର୍ମାତାଙ୍କୁ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳି, କହିଲେ...

Odisha

ସମ୍ବିଧାନ ନିର୍ମାତାଙ୍କୁ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳି, କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ସମ୍ବିଧାନ ନିର୍ମାତାଙ୍କୁ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳି, କହିଲେ...

ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସମ୍ବଲପୁର ମୁଦିପଡା ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଆୟୋଜିତ ସଭାରେ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ ଧର୍ମେନ୍ଦ୍ର ।


୭୫ ବର୍ଷର ସମ୍ବିଧାନ ଲେଖିବାରେ ବାବା ସାହେବଙ୍କ ଅତୁଳନୀୟ ଅବଦାନ ଥିଲା । ଜାତି ବ୍ୟବସ୍ଥାରେ ଯିଏ ସବୁଠୁ ଅଧିକ ସେବା କରୁଥିଲା ସମାଜ ତାକୁ ଅଣଦେଖା କରିଥିଲା । କିଛି ଲୋକ ମୋଦି ସଂରକ୍ଷଣ ଉଠାଇ ଦେବେ ବୋଲି କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି ଦେଶରେ ସୂର୍ଯ୍ୟଚନ୍ଦ୍ର ଯେଉଁ ପର୍ଯ୍ୟନ୍ତ ଥିବେ, ମୋଦି ପ୍ରଧାନମନ୍ତ୍ରୀ ଯେଉଁ ପର୍ଯ୍ୟନ୍ତ ଥିବେ କେହି ରିଜର୍ଭସନ ଉଠାଇ ପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯଦି ଦଳିତ ପରିବାରର କେହି ଲୋନ ନେବା ପାଇଁ ଯିବ, ବିନା ବନ୍ଧକରେ ଲୋନ ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବାବା ସାହେବ ଆମ୍ବେଦକରଙ୍କ ଗ୍ୟାରେଣ୍ଟି ଆମ ସରକାର ଆପଣଙ୍କ ପାଇଁ ଦାୟିତ୍ୱବାନ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଧାୟକ ଜୟନାରାୟଣ ମିଶ୍ର, ମନ୍ତ୍ରୀ ରବିନାରାୟଣ ନାଏକ, ପୂର୍ବତନ ବିଧାୟକ ନାଉରି ନାଏକ ।


Sponsored
Dharmendra pays tribute to Bhimrao Ramji Ambedkar | Argus News