Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - IITରେ ୧୨ ଏଵଂ ୧୩ ତମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

IITରେ ୧୨ ଏଵଂ ୧୩ ତମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·1 year ago·2 min read
IITରେ ୧୨ ଏଵଂ ୧୩ ତମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

ଭୁବନେଶ୍ୱର ଆଇଆଇଟିରେ ୧୨ ଏଵଂ ୧୩ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅର୍ଗସ ବ୍ୟୁରୋ:ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ଵରର ଦ୍ଵାଦଶ ଓ ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ଆଇଆଇଟି ଭୁବନେଶ୍ଵରରେ ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବର୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ , ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗର ସଚିବ ଡ. ଅଜିତ କୁମାର ମହାନ୍ତି ଏବଂ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ପ୍ରଫେସର ଅଭୟ କରଣ୍ଡିକର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।


ଆଇଆଇଟି ଭୁବନେଶ୍ଵରର ବୋର୍ଡ ଅଫ୍ ଗଭର୍ଣର୍ସ (ବିଓଜି)ର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ସିଂହ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଆଇଆଇଟି ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ସମାବର୍ତନ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସମାବର୍ତ୍ତନ ସମାରୋହରେ ଅନୁଷ୍ଠାନ ପକ୍ଷରୁ ୨୦୨୨-୨୩ ଓ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୧୩୮୮ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮% ପିଏଚଡି, ୧୯% ଏମ ଟେକ୍, ୧୪% ଏମ୍ ଏସସି, ୧୪% ଡୁଆଲ ଡିଗ୍ରୀ (ବିଟେକ୍ ଓ ଏମ୍.ଟେକ୍) ଏବଂ ୪୫% ହେଉଛନ୍ତି ବିଟେକ୍ ଛାତ୍ରଛାତ୍ରୀ । ବର୍ତ୍ତମାନ ଚାକିରି କରିବା ସହିତ ଅଧିକ ନିଜୁକ୍ତି ସୃଷ୍ଟି କରିବାର ସମୟ ଅ।ସିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ।


Sponsored
dharmendra-pradhan-addressed-the-12th-and-13th-convocation-of-iit-bhubaneswar | Argus News