୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସମ୍ବଲପୁରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ ପାଇଁ ଯୋଜନା

ସମ୍ବଲପୁର: ସମ୍ବଲପୁରରେ ପ୍ରତିଷ୍ଠା ହେବ ବାୟୋ ଗ୍ୟାସ ପ୍ଲାଣ୍ଟ । ସମ୍ବଲପୁରରେ ଜନ ଭାଗିଦାରୀ ଦ୍ଵାରା ସ୍ଵଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଇ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ପବ୍ଲିକ ସେକ୍ଟର କମ୍ପାନୀ ମାନେ ୱେଷ୍ଟ ପ୍ରୋସେସିଂ କରି ସେଥିରୁ ବାୟୋ ଗ୍ୟାସ ଉତ୍ପାଦନ କରିବେ । ସ୍ୱଚ୍ଛ ସମ୍ବଲପୁର ଲକ୍ଷ୍ୟରେ ଆଗାମୀ ଦିନରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା ନେଇ ମଧ୍ୟ ମୋଦf ସରକାର ଯୋଜନା କରିଥିବା କହିଛନ୍ତି ।
ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସଫେଇ ଗାଡ଼ି ଗୁଡ଼ିକୁ ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସ୍ୱଚ୍ଛ ମାସ୍କଟକୁ ଉନ୍ମୋଚନ କରିଛନ୍ତି । ସ୍ୱଚ୍ଛ ସମ୍ବଲପୁର ପାଇଁ ବ୍ରାଣ୍ଡ ଆମ୍ବାସଡର୍ ଭାବେ ସୁନାମଧନ୍ୟ କଳାକାର ଉମାକାନ୍ତ ବାରିକଙ୍କୁ ମନୋନୀତ କରାଯାଇଛି ।
ମ୍ୟୁନିସିପାଲିଟି ଅଫିସରୁ ଜେଲ ଛକ ଯାଏଁ ପଦଯାତ୍ରା କରି ରାସ୍ତାରେ ଝାଡୁ ମାରିବା ସହ ଅଳିଆ ଉଠାଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ଅବସରରେ ସମ୍ବଲପୁରକୁ ସ୍ୱଚ୍ଛ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି । ଜୁନ ପହିଲାରେ ଶୀତଳ ଷଷ୍ଠୀ ଉତ୍ସବକୁ ନଜରରେ ରଖି ଏବେଠୁ ସହରକୁ ସ୍ୱଚ୍ଛ ରଖିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
📱 Get Argus News App
✨କହିଛନ୍ତି, ସ୍ଵଚ୍ଛତାରେ ହିଁ ଅଛି ସଫଳତାର ଚାବିକାଠି । ନାଗରିକ ମାନେ ଏକାଠି ନ ହେଲେ କୌଣସି ପ୍ରଶାସନିକ ବ୍ୟବସ୍ଥା ସଫଳ ହୋଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ସ୍ଵଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସ୍ୱଚ୍ଛ ଭାରତର ଆହ୍ଵାନ ଦେଇଛନ୍ତି । ତେଣୁ ସମ୍ବଲପୁରକୁ ଆହୁରି ଅଧିକ ସ୍ୱଚ୍ଛ କରିବା । ସ୍ଵଚ୍ଛତା ହେଲେ ହିଁ ଲୋକ ନିରୋଗ ରହିବେ, ସହରରେ ବ୍ୟବସାୟ ବଣିଜ ବଢିବ, ସକାରାତ୍ମକ ମନୋବୃତ୍ତି ବଢିବ ।
ସମ୍ବଲପୁର ଭଳି ସାଂସ୍କୃତିକ ତଥା ଆଧ୍ୟାତ୍ମିକ ସହରରେ ସ୍ୱଚ୍ଛତା ରହିଲେ ମା ସମେଲେଇଙ୍କ ଆଶୀର୍ବାଦରେ ସହର ଶ୍ରୀମନ୍ତ ହେବ । ଆଜିର ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ଜିଲ୍ଲାପାଳ, ଏସପି, ମ୍ୟୁନିସିପାଲିଟି ଅଧିକାରୀ, ସଫେଇ କର୍ମଚାରୀ, ସ୍ଥାନୀୟ ବିଜେପି ନେତା ଓ କର୍ମୀ, ଜନସାଧାରଣ ଲୋକ ଓ ବିଭିନ୍ନ ସାମାଜିକ ସଙ୍ଗଠନ ମାନେ ଯୋଗ ଦେଇଥିଲେ ।