Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାର ଖଣିଜ ଆଧାରିତ ଅର୍ଥନୀତିରେ କ୍ରିଟିକାଲ ମିନେରାଲର ବଡ଼ ଭୂମିକା ରହିବ: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଓଡ଼ିଶାର ଖଣିଜ ଆଧାରିତ ଅର୍ଥନୀତିରେ କ୍ରିଟିକାଲ ମିନେରାଲର ବଡ଼ ଭୂମିକା ରହିବ: ଧର୍ମେନ୍ଦ୍ର ପ୍ରଧାନ

Key Points

ସୌର ଶକ୍ତି, ଗ୍ରୀନ ହାଇଡ୍ରୋଜେନ, ବାୟୋ ଇଥାନଲ ଭଳି ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶାର ଉତ୍ପାଦକତା ବୃଦ୍ଧି ଆମ ପାଇଁ ବରଦାନ ସଦୃଶ ହେବ । ଓଡ଼ିଶାର ଖଣିଜ ଆଧାରିତ ଅର୍ଥନୀତିରେ କ୍ରିଟିକାଲ ମିନେରାଲର ବଡ଼ ଭୂମିକା ରହିବ ।

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଭାରତୀୟ ସମୃଦ୍ଧି ଓ ଓଡ଼ିଶା' ଶୀର୍ଷକ ଆଲେଖ୍ୟ । ଏଥିରେ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ ଶକ୍ତି କ୍ଷେତ୍ର ଓ ଖଣିଜ କ୍ଷେତ୍ର ଆଧାରିତ ଅର୍ଥନୀତି । ସୌର ଶକ୍ତି, ଗ୍ରୀନ ହାଇଡ୍ରୋଜେନ, ବାୟୋ ଇଥାନଲ ଭଳି ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶାର ଉତ୍ପାଦକତା ବୃଦ୍ଧି ଆମ ପାଇଁ ବରଦାନ ସଦୃଶ ହେବ । ଓଡ଼ିଶାର ଖଣିଜ ଆଧାରିତ ଅର୍ଥନୀତିରେ କ୍ରିଟିକାଲ ମିନେରାଲର ବଡ଼ ଭୂମିକା ରହିବ ।


ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କ୍ରିଟିକାଲ ମିନେରାଲ ମିଶନ ଓଡ଼ିଶା ପାଇଁ ସୁଯୋଗ ଆଣିବ ବୋଲି ନିଜ ଆଲେଖ୍ୟରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସେ ଆହୁରି ଲେଖିଛନ୍ତି, ଓଡ଼ିଶା ଯୁଗେ ଯୁଗେ ନୂଆ ଚିନ୍ତା, ନୂଆ ଦୃଷ୍ଟି, ନୂଆ ସଂକଳ୍ପ ଓ ନୂଆ ପଦକ୍ଷେପ ନେଇ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ରୋଲ୍ ମଡେଲ ପାଲଟି ଆସିଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଓ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦର ସୁବିନିଯୋଗ କରି ରାଜ୍ୟରେ ନବଯୁଗୀୟ ଅର୍ଥନୀତି ସୃଷ୍ଟି କରିବାକୁ ହେବ ।


ଜାତୀୟ ଶିକ୍ଷାନୀତି ଆଧାରରେ ମାତୃଭାଷା ଭିତ୍ତିକ ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତା ଓ ନବସୃଜନର ବିକାଶ କରାଯାଇପାରିବ । ସେହିପରି ଭୁବନେଶ୍ଵରରେ ଭାରତର ପ୍ରଥମ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି । ଆଗାମୀ ଦିନରେ ନାଇପର ଭଳି ଜାତୀୟ ପ୍ରତିଷ୍ଠାନ ଓଡ଼ିଶାରେ ସ୍ଥାପିତ ହେବ । ଓଡ଼ିଶାର ଡ୍ରୋନ ଏବେ ସାରା ଦେଶରେ ଚର୍ଚ୍ଚିତ । ଅପରେସନ ସିନ୍ଦୂରରେ ଏହି ଡ୍ରୋନଗୁଡ଼ିକର ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ଉଲ୍ଲେଖ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଓଡ଼ିଶା ପରି ଗୋଟିଏ କୃଷିପ୍ରଧାନ ରାଜ୍ୟର ଅର୍ଥନୀତିରେ ଏଗ୍ରି-ଟେକ୍ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ରହିବ । ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ କୃଷି କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟା ଯଥା- ଡ୍ରୋନ, ଆଇଓଟି ଓ ଏଆଇ ସାଙ୍ଗକୁ ଏଗ୍ରିକଲଚରାଲ୍ ଡାଟା ଆନାଲିସିସ୍ ଆଦିର ସଦୁପଯୋଗ କରାଯାଇ ଡିଜିଟାଲ ଫାର୍ମିଂର ସମ୍ଭାବନାକୁ ବ୍ୟାପକ କରିହେବ ବୋଲି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Highlights Odisha’s Role in India’s Growth Through Green Energy and Agri-Tech | Argus News | Argus News