ରେଭେନ୍ସା କଲେଜିଏଟ ସ୍କୁଲରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା, 'ଠିକାରେ ଦରମା ପାଇବେ ନାହିଁ ଜଣେ ବି ଶିକ୍ଷକ'

Key Points
ଓଡ଼ିଆ ହେବାକୁ ହେଲେ କଟକକୁ ବୁଝିବାକୁ ପଡ଼ିବ । ଦେଶର ନେତୃତ୍ୱ ନେବାର ଶିକ୍ଷା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କଠାରୁ ମିଳେ । ସେ ମଧ୍ୟ ଏହି ରେଭେନ୍ସା କଲେଜିଏଟ ସ୍କୁଲର ଛାତ୍ର ଥିଲେ ।
କଟକ: ରେଭେନ୍ସା କଲେଜିଏଟ ସ୍କୁଲରେ ଆୟୋଜିତ ୧୭୫ ତମ ବାର୍ଷିକ ପୁରସ୍କାର ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଉଦବୋଧନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଆ ହେବାକୁ ହେଲେ କଟକକୁ ବୁଝିବାକୁ ପଡ଼ିବ । ଦେଶର ନେତୃତ୍ୱ ନେବାର ଶିକ୍ଷା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କଠାରୁ ମିଳେ । ସେ ମଧ୍ୟ ଏହି ରେଭେନ୍ସା କଲେଜିଏଟ ସ୍କୁଲର ଛାତ୍ର ଥିଲେ ।
ଓଡ଼ିଆ ଲୋକ ବିଶ୍ଵର ନେତୃତ୍ୱ ନେଇପାରିବେ । ସ୍କୁଲ ଶିକ୍ଷାକୁ ଡବଲ୍ ଇଞ୍ଜିନର ସରକାର ଅଧିକ ପ୍ରାଥମିକତା ଦେଉଛି । ଐତିହ୍ୟ ବହନ କରୁଥିବା ସ୍କୁଲକୁ ଅଧିକ ପ୍ରାଧାନ୍ୟ ଦିଆଯାଇ ତାକୁ ପୁନରୁଦ୍ଧାର କରାଯାଉଛି । ମୁଁ ଭାବୁଛି ରେଭେନ୍ସା କଲେଜିଏଟ ସ୍କୁଲ୍କୁ ଆମେ ଏହି ସ୍କିମ୍ରେ ଆଣି ପାରିବା ।
୨୦୦୬ରେ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ ଶିକ୍ଷକଙ୍କୁ ୬ ବର୍ଷ ଠିକାରେ ରଖାଯିବ । ସେବେଠୁ ସେ ଯୋଜନା ଚାଲିଥିଲା । ଆମେ ୨୦୨୪ରେ ଦାୟିତ୍ଵ ନେଲୁ । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା କରିଥିଲୁ । ଶିକ୍ଷକ କାହିଁକି ଠିକାରେ ରହିବେ କଥା ହୋଇଥିଲୁ । ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ରହିଥିବାରୁ ସେ ସ୍ଥିତି ବୁଝିଥିଲେ । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ସମ୍ମାନର ସହ ବଞ୍ଚିବା ଦରକାର । ଆମ ସରକାରରେ କେହି ଜଣେ ବି ଶିକ୍ଷକ ଠିକାରେ ଦରମା ପାଇବେ ନାହିଁ, ଏହି ବ୍ୟବସ୍ଥା କରାଯାଉଛି ।
📱 Get Argus News App
✨
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚାକିରି ପଛରେ ନ ଦୌଡ଼ି ଚାକିରି କିଭଳି ଦେବେ ସେ ନେଇ ପ୍ରୟାସ କରାଯାଉଛି । କଟକର ସବୁ ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।