Videos
|
Odisha

Dharmendra Pradhan / ଦିମାଗି ନକ୍ସଲଙ୍କୁ ଉଚିତ ଶିକ୍ଷା ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ

Ritu Das
Browse all articles by Ritu Das
·2 hours ago·2 min read
ଦିମାଗି ନକ୍ସଲଙ୍କୁ ଉଚିତ ଶିକ୍ଷା ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ
India

Key Points

ସମ୍ବଲପୁର ସାଂସଦଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ
ଦିମାଗି ନକ୍ସଲଙ୍କୁ ଉଚିତ ଶିକ୍ଷା ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ
ଅନୁଗୁଳ ଓ ତାଳଚେରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ହେଲେ ସାମିଲ
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଅନୁଗୁଳ ଓ ତାଳଚେରରେ ବିକାଶ ଓ ଜନଜାଗରଣର ନୂଆ ଅଧ୍ୟାୟ । ୧୮ କୋଟି ଟଙ୍କା ବ୍ୟୟରେ ତାଳଚେରର ଐତିହାସିକ ପ୍ରଜାମଣ୍ଡଳ ଭବନର ଉଦ୍‌ଘାଟନ କରିବା ସହ ଅନୁଗୁଳ ଗୁରୁଧିଠାରେ ‘ସୂର୍ଯ୍ୟବନ’ ଇକୋ-ରିସୋର୍ଟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସାଂସଦ । ଏଥିସହ ପ୍ରସିଦ୍ଧ ମା' ଭୈରବୀ ଓ ଜଗନ୍ନାଥ ମନ୍ଦିରରେ ଦର୍ଶନ ସାରି ଅନୁଗୁଳ କୋର୍ଟ ଛକରୁ ଥାନା ଛକ ଯାଏଁ ଆୟୋଜିତ ବିଶାଳ 'ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରାରେ ଜନସମୁଦ୍ରକୁ ସମ୍ବୋଧନ କରି ଦିମାଗି ନକ୍ସଲଙ୍କୁ ଉଚିତ ଶିକ୍ଷା ଦେବାକୁ ଆହ୍ୱାନ ଦେବା ସହ କଂଗ୍ରେସର 'ଭୋଟ୍ ଚୋରି' ମିଥ୍ୟା ନାଟକ ଓ ଦୋମୁହାଁ ନୀତି ଉପରେ କଡ଼ା ପ୍ରହାର କରିଛନ୍ତି ।

ତାଳଚେରର ଐତିହାସିକ ପ୍ରଜାମଣ୍ଡଳକୁ ମିଳିଛି ନୂଆ ପରିଚୟ । ଅତ୍ୟାଧୁନିକ ଅଡିଟୋରିୟମ୍ ଓ ଲାଇବ୍ରେରୀ ସମ୍ବଳିତ ୧୮ କୋଟି ଟଙ୍କାର ଏହି ନବନିର୍ମିତ ଭବନକୁ ଉଦ୍‌ଘାଟନ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହାଦ୍ୱାରା ସ୍ଥାନୀୟ ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକଳାପକୁ ନୂଆ ଗତି ମିଳିବ । ଅନୁଗୁଳ ଜିଲ୍ଲାର ପୁରୁଣାଗଡ଼ ସ୍ଥିତ ପ୍ରସିଦ୍ଧ ମା' ଭୈରବୀ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଅନୁଗୁଳର ଗୁରୁଧିଠାରେ ‘ସୂର୍ଯ୍ୟବନ’ ଇକୋ-ରିସୋର୍ଟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସାତକୋଶିଆ ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନର ବିକାଶ, ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଏବଂ ବୁଣାକାର, କାରିଗର ଓ ଚାଷୀଙ୍କ ଉତ୍ପାଦକୁ ସୁଯୋଗ ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ।

ଅନୁଗୁଳ କୋର୍ଟ ଛକରୁ ଥାନା ଛକ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ପଦଯାତ୍ରାରେ ହଜାର ହଜାର କର୍ମୀ ଓ ଜନସାଧାରଣଙ୍କ ସହ ସାମିଲ ହୋଇଥିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ 'ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ପଦଯାତ୍ରାରେ ସମଗ୍ର ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଥିଲା।

ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ଏବଂ ତାଳଚେର ପୌରପାଳିକା ଅଧ୍ୟକ୍ଷ ପବିତ୍ର ଭୂତିଆ ପ୍ରମୁଖ ଉପସ୍ଥିତ ଥିଲେ। ନିଜର କ୍ରମାଗତ ପରାଜୟ ଓ ରାଜନୈତିକ ହତାଶାକୁ ଲୁଚାଇବା ପାଇଁ କଂଗ୍ରେସ ‘ଭୋଟ୍ ଚୋରି’ର ମିଥ୍ୟା ନାଟକ କରୁଥିବା କହି ଧର୍ମେନ୍ଦ୍ର ପ୍ରଧାନ ବର୍ଷିଥିଲେ। ଜିତିଲେ ଇଭିଏମ୍ ଭଲ ଏବଂ ହାରିଲେ ସାମ୍ବିଧାନିକ ଅନୁଷ୍ଠାନକୁ ନିନ୍ଦା କରିବା କଂଗ୍ରେସର ଦୋମୁହାଁ ନୀତି ବୋଲି ସେ କହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ପଟେ ତାଳଚେର ଓ ଅନୁଗୁଳରେ ପର୍ଯ୍ୟଟନ ଓ ଭିତ୍ତିଭୂମିର ବିକାଶ ପାଇଁ ନୂଆ ଅଧ୍ୟାୟ ଯୋଡ଼ିହୋଇଥିବା ବେଳେ, ଅନ୍ୟପଟେ 'ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ' ପଦଯାତ୍ରା ମାଧ୍ୟମରେ ବିଜେପି ରାଜ୍ୟରେ ଗଣତନ୍ତ୍ରର ସୁରକ୍ଷା ଓ ସ୍ୱାଭିମାନ ପାଇଁ ବିଶାଳ ଜନଜାଗରଣ ସୃଷ୍ଟି କରିଛି ।