Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ବୋର୍ଡ ଅଫ ସେକେଣ୍ଡାରୀ ହାଇସ୍କୁଲରେ ଧର୍ମେନ୍ଦ୍ର ପ୍ରଧାନ

Rashmita Mishra
Browse all articles by Rashmita Mishra
·10 months ago·1 min read
କଟକ ବୋର୍ଡ ଅଫ ସେକେଣ୍ଡାରୀ ହାଇସ୍କୁଲରେ ଧର୍ମେନ୍ଦ୍ର ପ୍ରଧାନ

Key Points

ବୋର୍ଡ ଅଫ ସେକେଣ୍ଡାରୀ ହାଇସ୍କୁଲ ପରିଦର୍ଶନ ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଭାବ ବିନିମୟ । ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ବ

କଟକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ବୋର୍ଡ ଅଫ ସେକେଣ୍ଡାରୀ ହାଇସ୍କୁଲ ଗସ୍ତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀଙ୍କ ତରଫରୁ କରାଯାଇଥିବା ବିଜ୍ଞାନ ପ୍ରଦର୍ଶନୀ ମେଳା ବୁଲି ଦେଖିଲେ । ପ୍ରକଳ୍ପ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ । ଏହା ପରେ ସ୍ମାର୍ଟ କ୍ଲାସ ରୁମରେ ବସି ଛାତ୍ରଛାତ୍ରୀଙ୍କ ସହିତ କ୍ଲାସ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ସ୍କୁଲ ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଚାଟ୍ ଜିପିଟି ବ୍ୟବହାର ସମ୍ପର୍କରେ ପଚାରି ବୁଝିଥିଲେ । ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ପିଲାମାନେ ବିଶ୍ବ ଜିତିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହା ପରେ ନୂଆପଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ - ୨ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପରେ ରେଭେନ୍ସା କଲେଜିଏଟ ସ୍କୁଲର ୧୭୫ ତମ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଏହା ପରେ କମଳାକାନ୍ତ ବିଦ୍ୟାପୀଠର ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ

ଅଧିକ ପଢନ୍ତୁ ଓଡ଼ିଶା ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Visits Cuttack Board of Secondary High School | Argus News | Argus News