Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିକୁ ଶକ୍ତ ଝଟକା, ଜିତିଲେ ଧର୍ମେନ୍ଦ୍ର

Smruti Parija
Browse all articles by Smruti Parija
·2 years ago·2 min read
ବିଜେଡିକୁ ଶକ୍ତ ଝଟକା, ଜିତିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ବିଜେଡିକୁ ଶକ୍ତ ଝଟକା । ସମ୍ବଲପୁରରେ ବିଜେପିର ବାଜିମାତ୍ । ବବି ଦାସଙ୍କୁ ହରାଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବୃହତ ବିଜୟ । 1 ଲକ୍ଷ 12 ହଜାର 984 ଭୋଟ୍ ବ୍ୟବଧାନରେ ଜିତିଲେ ଧର୍ମେନ୍ଦ୍ର ପ୍ରଧାନ । 

ବିଜେଡିକୁ ଶକ୍ତ ଝଟକା । ପ୍ରାୟ ସବୁ ସିଟ୍ ରେ ବିଜେପି ଆଗୁଆ । ସେପଟେ ଶଙ୍ଖ ଭବନ ଖାଁ ଖାଁ । ବିଜେଡିର ବଡ ବଡ ନେତା ଚିତପଟାଙ୍ଗ୍ । ନା କାହାର ଯା ଆସ ଅଛି ନା କାହାର ଦେଖା ଅଛି। ଭାଙ୍ଗିଛି ବିଜେଡ଼ି ଗଡ । ଓଡ଼ିଶାରେ ହୋଇଛି ବଡ଼ ପରିବର୍ତ୍ତନ । ବିଜେପିକୁ ମିଳିଛି ଓଡ଼ିଶାବାସୀଙ୍କ ସମର୍ଥନ ।

5ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ  ବିଜେପି 79ଟି ସିଟରେ ଆଗୁଆ ଥିବାବେଳେ ବିଜେଡି ମାତ୍ର 50ଟି, କଂଗ୍ରେସ 14ଟି, ସ୍ୱାଧୀନ ୩ଟି ଓ ସିପିଏମ୍ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଅଛନ୍ତି । ତେବେ କିଏ କେଉଁ ଆସନରେ ଜିତିଛି ନଜର ପକାନ୍ତୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏକାମ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି 
ବୌଦ୍ଧରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି 
ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି 
କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ ହୋଇଛନ୍ତି 
କଣ୍ଟାବାଞ୍ଜି- ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବିଜୟୀ, ହାରିଲେ ବିଜେଡିର ନବୀନ ପଟ୍ଟନାୟକ
ବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ, ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଲେ
ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ, ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଲେ ସୁରମା
ଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ, ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ହରାଇଲେ
ଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ, ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇଲେ ଉମା
ଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ, ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ
କୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ, ବିଜେଡିର ରାଜେନ୍ଦ୍ର ଛତ୍ରିଆଙ୍କୁ ହରାଇଲେ
ଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ, ବିଜେଡିର ରଘୁନାଥ ସାହୁଙ୍କୁ ହରାଇଲେ
ଧର୍ମଗଡ଼- ବିଜେପିର ସୁଧିର ପାଟ୍ଟଯୋଶୀ ୧୮, ୬୮୫ ଭୋଟରେ ବିଜୟୀ, ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ହରାଇଲେ ସୁଧିର
ଝାରସୁଗୁଡ଼ା- ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ, ବିଜେଡିର ଦୀପାଳି ଦାସଙ୍କୁ ହରାଇଲେ
କଣ୍ଟାମାଳ- ବିଜେପିର କହ୍ନେଇ ଚରଣ ଡାଙ୍ଗ ବିଜୟୀ, ବିଜେଡିର ମହିଧର ରଣାଙ୍କୁ ହରାଇଲେ
ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜୟୀ, କଂଗ୍ରେସର ମାଲା ମାଢ଼ୀଙ୍କୁ ହରାଇଲେ
ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ, ବିଜେଡିର ରାଜେନ୍ଦ୍ର ସାହୁଙ୍କୁ ହରାଇଲେ 
ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ, ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇଲେ 

Sponsored
dharmendra-pradhan-defeat-bobby-das | Argus News