Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଢ଼େଙ୍କାନାଳରେ ଦକ୍ଷତା ବିକାଶ କେନ୍ଦ୍ର, ବାର୍ଷିକ 12 ଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦିଆଯିବ ପ୍ରଶିକ୍ଷଣ

Smruti Parija
Browse all articles by Smruti Parija
·2 years ago·1 min read
ଢ଼େଙ୍କାନାଳରେ ଦକ୍ଷତା ବିକାଶ କେନ୍ଦ୍ର, ବାର୍ଷିକ 12 ଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦିଆଯିବ ପ୍ରଶିକ୍ଷଣ

ଢେଙ୍କାନାଳ: ଢ଼େଙ୍କାନାଳରେ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢ଼େଙ୍କାନାଳ ସହରର ବସ ଷ୍ଟାଣ୍ଡରେ ୫ ମହଲା ବିଶିଷ୍ଟ ଏକ ଦକ୍ଷତା କେନ୍ଦ୍ରର ମଧ୍ୟ ଶୁଭାରମ୍ଭ ହୋଇଛି । 

ଏଥିରେ ୮ ଟି ବିଷୟରେ ପିଲାଙ୍କୁ ତାଲିମ୍ ଦିଆଯାଉଛି । ଯେଉଁଥିରେ ହୋଟେଲ ଇଣ୍ଡଷ୍ଟ୍ରି ଠୁ ନେଇ ଆଇଟି ସେକ୍ଟର ଓ ଗ୍ରାଫିକ୍ସ ଡିଜାଇନ୍ ଭଳି କୋର୍ସରେ ପିଲାଙ୍କୁ ତାଲିମ୍ ଦିଆଯିବ । ୩ ରୁ ୪ ମାସ ତାଲିମ୍ ନେଇ ସାର୍ଟିଫିକେଟ ପାଇବା ପରେ ୨୫ ହାଜର ଟଙ୍କା ଦରମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚାକିରି ପାଇ ପାରିବେ । 

ସ୍କିଲ ଇଣ୍ଡିଆ ଓ NSDC ଏକାଡେମୀ ଉଦ୍ୟମରେ ଢ଼େଙ୍କାନାଳ ସହରରେ ଆରମ୍ଭ ହୋଇଥିବା ଏହି ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ଆଗମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ । ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଛାତ୍ରଛାତ୍ରୀମାନେ ଆଶାବାଦୀ ହେବା ସହ ଏଭଳି ପ୍ରଚେଷ୍ଟା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଗାମୀ ଦିନରେ ଢେଙ୍କାନାଳ ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ବା ମଡର୍ଣ୍ଣ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଗତ 20 ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ ପରେ ଢେଙ୍କାନାଳରେ ଏହି ସେଣ୍ଟର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।  
 

Sponsored
dharmendra-pradhan-inaguratedskill-development-center-at-dhenkanal | Argus News