CII Model Center / ସମ୍ବଲପୁରରେ ‘ସିଆଇଆଇ ମଡେଲ କ୍ୟାରିୟର ସେଣ୍ଟର’ ଉଦଘାଟିତ
·5 months ago·2 min read

Key Points
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ‘ସିଆଇଆଇ ମଡେଲ କ୍ୟାରିୟର ସେଣ୍ଟର’ ଉଦଘାଟିତ
ପ୍ରାୟ ୪୦ ଜଣ ଯୁବବର୍ଗଙ୍କୁ ଦକ୍ଷତା ପ୍ରଶିକ୍ଷଣ ପରେ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ
ବଜାଜ୍ ଏବଂ ଜେସିବି ପରି କମ୍ପାନୀର ଶିଳ୍ପପତିମାନଙ୍କୁ ଓଡ଼ିଶାରେ କାରଖାନା ପ୍ରତିଷ୍ଠା କରିବାକୁ ପରାମର୍ଶ

ସମ୍ବଲପୁରର ବିକାଶ ଏବଂ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ 'ସିଆଇଆଇ ମଡେଲ କ୍ୟାରିୟର ସେଣ୍ଟର' (ଏମସିସି) ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ପିଲାମାନଙ୍କର ଶିକ୍ଷା ଓ ରୁଚି ଅନୁଯାୟୀ ସେମାନଙ୍କୁ ସଠିକ୍ କ୍ୟାରିୟର ପରାମର୍ଶ ଦେବା ସହ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ର ବିଭିନ୍ନ ତାଲିମ ସହଯୋଗୀଙ୍କ ଜରିଆରେ ଆଧୁନିକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି କାର୍ଯ୍ୟକ୍ରମରେ ଶିଳ୍ପ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇ ବଜାଜ୍ ଏବଂ ଜେସିବି ପରି ପ୍ରତିଷ୍ଠିତ କମ୍ପାନୀର ଶିଳ୍ପପତିମାନଙ୍କୁ ଓଡ଼ିଶାରେ କାରଖାନା ପ୍ରତିଷ୍ଠା କରିବାକୁ କିମ୍ବା ଏଠାକାର ଦକ୍ଷ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରାୟ ୪୦ ଜଣ ଯୁବକଙ୍କୁ ଦକ୍ଷତା ପ୍ରଶିକ୍ଷଣ ପରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି, ଯେଉଁମାନେ ବିଶେଷ କରି ଟାଟା ଇଲେକ୍ଟ୍ରୋନିକ୍ସ ପରି କମ୍ପାନୀରେ ଚୟନ ହୋଇଥିବା ପିଲାମାନେ ବେଙ୍ଗାଲୁରୁ ଯାଇ ବାର୍ଷିକ ପ୍ରାୟ ୨ ଲକ୍ଷ ଟଙ୍କାର ଦରମାରୁ ନିଜର କ୍ୟାରିୟର ଆରମ୍ଭ କରିବେ । ଜାତୀୟ ସ୍ତରରେ ଉଦ୍ୟୋଗ କ୍ଷେତ୍ରରେ ସବୁଠୁ ବଡ଼ ଅନୁଷ୍ଠାନ ସିଆଇଆଇ । ସିଆଇଆଇ ମଡେଲ କ୍ୟାରିୟର ସେଣ୍ଟର ମାଧ୍ୟମରେ ପିଲାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଇ ବିଭିନ୍ନ କମ୍ପାନୀରେ ନିଯୁକ୍ତି ଦିଆଯାଉଛି, ଯାହା ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି ସମ୍ବଲପୁରରେ ସିଆଇଆଇ ସହାୟତାରେ ଅନେକ ପଦକ୍ଷେପ ନିଆଯାଇଛି । ସିଆଇଆଇ ଏବଂ ଜିଟକୋ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ୧୭ ଜଣ ପିଲା ମ୍ୟାନୁଫ୍ୟାକ୍ଚରିଂ ଏବଂ ହସ୍ପିଟାଲିଟି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଜାପାନ ଯିବେ । ଏହା ଦ୍ୱାରା ସମ୍ବଲପୁର ଏବେ ତା’ର କଳା, ସଂସ୍କୃତି ଏବଂ ହୀରାକୁଦ ବନ୍ଧ ସହ 'ଦକ୍ଷ ଶ୍ରମଶକ୍ତି' ପାଇଁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିବ । ବିକଶିତ ସମ୍ବଲପୁରରୁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବା ସହ ଯୁବଶକ୍ତିଙ୍କୁ ସଶକ୍ତ କରିବା ହିଁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ମହାଶିବରାତ୍ରିର ପବିତ୍ର ଅବସରରେ ଏହା ସମ୍ବଲପୁରର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଉପହାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories