Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାପ୍ରଭୁଙ୍କ ଅଷ୍ଟଧାତୁ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠାରେ ଧର୍ମେନ୍ଦ୍ର  

Manini Pattanayak
Browse all articles by Manini Pattanayak
·2 years ago·1 min read
ମହାପ୍ରଭୁଙ୍କ ଅଷ୍ଟଧାତୁ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠାରେ ଧର୍ମେନ୍ଦ୍ର  

ସମ୍ବଲପୁର:  ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ ସମ୍ବଲପୁର ଗସ୍ତରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବଡଠୁ ଛୋଟ...ସମସ୍ତଙ୍କ ସହ ବେଶ ହସିହସି ମିଶୁଛନ୍ତି ଧର୍ମେନ୍ଦ୍ର । ଆଉ କେନ୍ଦ୍ରମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିରେ ଫାଟି ପଡୁଛନ୍ତି ଭୋଟର । ଏଇ ଯେମିତି ଅଷ୍ଟଧାତୁ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ, ଲୋକଙ୍କ ସହ ମିଶିଲେ । ଭିଡିଓ ଦେଖିବା ପରେ ସ୍ପଷ୍ଟ ଜଣାପଡୁଛି କି, କେତେ ଖୁସି ଅଛନ୍ତି ଭୋଟର ।  ମିଳିଥିବା ସୂଚନା ଅନୁସାରେ, ମୂରା ଅଞ୍ଚଳରେ ୧୦୦ ତମ ଚବିଶ ପ୍ରହରୀ ନାମ ଯଜ୍ଞ ଓ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅଷ୍ଟଧାତୁ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ମୂରା ପୀଠରେ ମା ରଣେଶ୍ବରୀ ରାମଚଣ୍ଡୀଙ୍କୁ ଦର୍ଶନ କରି ମାଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
 

ଚବିଶ ପ୍ରହରୀ ନାମ ଯଜ୍ଞର ସଂକିର୍ତ୍ତନ ମଣ୍ଡଳୀଙ୍କ ସହ  ପରିକ୍ରମା କରିବା ସହ ଠାକୁରଙ୍କ ଆଶିର୍ବାଦ ନେଇଥିଲେ।  ଲଗାଇଥିଲେ ଧର୍ମେନ୍ଦ୍ର । ପ୍ରାଣ ପ୍ରତିଷ୍ଠାରେ ସାମିଲ ଥିବା  ପୂଜକଙ୍କ  ସହ ଆଲୋଚନା କରିବା ସହ ପ୍ରସାଦ ସେବନ କରିଥିଲେ।   ଏଠି କହି ରଖୁଛୁଯେ  ଧର୍ମେନ୍ଦ୍ର ପ୍ରଧାନ  ସମ୍ବଲପୁରରୁ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ଲଢିବା ନେଇ ସମ୍ବଲପୁରବାସୀ ମଧ୍ୟ   ଧର୍ମେନ୍ଦ୍ରଙ୍କୁ   ବିପୁଳ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇସାରିଛନ୍ତି। ୨୦୨୪ ନିର୍ବାଚନରେ ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢିବା ନେଇ ଚୂଡାନ୍ତ  ହେବା ପରେ ବିଜେଡି ଦଳରେ ଛାନିଆ ପସିଛି। କାରଣ ଯେଉଁ   ହିସାବରେ ସମ୍ବଲପୁର ବାସୀ ଧର୍ମେନ୍ଦ୍ରଙ୍କୁ ଭଳପାଇବା ଦେଉଛନ୍ତି ଏବଂ ତାଙ୍କୁ ସ୍ୱାଗତ ଜଣାଉଛନ୍ତି  ତାହା ଦେଖି ବିଜେଡିର ନେତାଙ୍କ ମଧ୍ୟରେ ଭାଳେଣି ପଡିଲାଣି।  

ଅଧିକ ଦେଖନ୍ତୁ: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra in establishing the soul of Mahaprabhu's octagonal idol | Argus News