ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରାରେ ସାମିଲ୍ ହେଲେ ଧର୍ମେନ୍ଦ୍ର ପ୍ରଧାନ

Key Points
ଶାବର ଶ୍ରୀକ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନ
ବାହୁଡା ଯାତ୍ରାରେ ସାମିଲ୍ ହୋଇ ରଥ ଟାଣିଲେ ଧର୍ମେନ୍ଦ୍ର
ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ମାନବୀୟ ଲୀଳାର ମହାନ ବାର୍ତ୍ତା
ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦିନିଆ କୋରାପୁଟ ଗସ୍ତରେ ଥିବାବେଳେ ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଜନଜାତିଙ୍କ ଅନନ୍ୟ ସମ୍ପର୍କ ରହିଛି । ଆଜି ବାହୁଡ଼ା ଯାତ୍ରାର ଶୁଭ ଅବସରରେ କୋରାପୁଟର ଏହି ଭବ୍ୟ ଜଗନ୍ନାଥ ମନ୍ଦିରକୁ ଆସି ମହାପ୍ରଭୁଙ୍କ ରଥ ଟାଣି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ମାନବୀୟ ଲୀଳାର ମହାନ ବାର୍ତ୍ତା ଅଧିକ ସୁଦୂରପ୍ରସାର ହେଉ, ଏହା ପ୍ରାର୍ଥନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଜନଜାତିଙ୍କ ଅନନ୍ୟ ସମ୍ପର୍କ ରହିଛି । ଆଜି ବାହୁଡ଼ା ଯାତ୍ରାର ଶୁଭ ଅବସରରେ କୋରାପୁଟର ଏହି ଭବ୍ୟ ଜଗନ୍ନାଥ ମନ୍ଦିରକୁ ଆସି ମହାପ୍ରଭୁଙ୍କ ରଥ ଟାଣି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ମାନବୀୟ ଲୀଳାର ମହାନ ବାର୍ତ୍ତା ଅଧିକ ସୁଦୂରପ୍ରସାର… pic.twitter.com/9BY9yCYO5M
📱 Get Argus News App
✨କୋରାପୁଟ ସାବର ଶ୍ରୀକ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳୀୟ କର୍ମୀଙ୍କ ଜୋରଦାର ସ୍ଵାଗତ କରାଯାଇଛି । ହାଲ ପରିଦର୍ଶନ କରିବା ପରେ ସାବର ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଉପସ୍ଥିତ ଅଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ପ୍ରାଣୀ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ, ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ରଘୁ ରାମ ମାଛ, ଗୌରୀ ଶଙ୍କର ମାଝୀ, ରୂପ ଭଦ୍ରା ପ୍ରମୁଖ ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି।