Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର, ଭକ୍ତଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରଥଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର, ଭକ୍ତଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

Key Points

ଏଥିସହ ରଥଯାତ୍ରାରେ ମଧ୍ୟ ସାମିଲ ହୋଇ ପୁରୀ ବଡଦାଣ୍ଡରେ ଥିବା ଭକ୍ତଙ୍କୁ ଶୁଖିଲେ ଖାଦ୍ୟ ବାଣ୍ଟିଛନ୍ତି ଧର୍ମେନ୍ଦ୍ର । ଭିଡ ନିୟନ୍ତ୍ରଣ ଏବଂ CCTV ସର୍ଭିଲାନ୍ସର ତଦାରଖ କରିଛନ୍ତି ।

ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରଥଯାତ୍ରାରେ ମଧ୍ୟ ସାମିଲ ହୋଇ ପୁରୀ ବଡଦାଣ୍ଡରେ ଥିବା ଭକ୍ତଙ୍କୁ ଶୁଖିଲେ ଖାଦ୍ୟ ବାଣ୍ଟିଛନ୍ତି ଧର୍ମେନ୍ଦ୍ର । ଭିଡ ନିୟନ୍ତ୍ରଣ ଏବଂ CCTV ସର୍ଭିଲାନ୍ସର ତଦାରଖ କରିଛନ୍ତି । ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ତାଙ୍କ ସହ ରହିଛନ୍ତି ସାଥୀରେ ଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ୱତ, ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ।

ଧର୍ମେନ୍ଦ୍ର କହିଛନ୍ତି , ମହାପ୍ରଭୁ ଆମ ରାଜ୍ୟକୁ ,ଦେଶ,ସମଗ୍ର ମାନବ ଜାତି କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ।ଏହା ହିଁ ରଥଯାତ୍ରାର ସନ୍ଦେଶ ।ଏଥର ରଥଯାତ୍ରା ର ମର୍ଯ୍ୟାଦା ସମଗ୍ର ବିଶ୍ୱରେ ଆହୁରି ବଢ଼ିଛି ।ଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସପତ୍ନିକ ରଥଯାତ୍ରା ଦେଖିବାକୁ ଆସିଥିବାରୁ ତାଙ୍କୁ ସ୍ବାଗତ କରୁଛି ।ପୂଜ୍ୟ ଶଙ୍କରାର୍ଚାର୍ଯ୍ୟଙ୍କୁ ଏହି ଅବସରରେ ଭେଟିଛି।ସେ ଆମ ପରମ୍ପରା ର ରକ୍ଷକ ଓ ମାର୍ଗଦର୍ଶକ ।ଶଙ୍କରାଚାର୍ଯ୍ୟ ଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି । ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମେ ସେବା କରୁଛୁ ।ସନାତନ ପରମ୍ପରା ରକ୍ଷା ଦିଗରେ ସର୍ବଦା କାର୍ଯ୍ୟ ଜାରି ରଖିଛୁ।ତାଙ୍କ ସହ ଭେଟ ହେଲେ ନୂଆ ଉଠା ମିଳେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra pradhan joins Rath Yatra, distributes dry food to devotees | Argus News