ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରି ବ୍ରହ୍ମପୁରରେ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

Key Points
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ବିଶାଳ ତ୍ରିରଙ୍ଗା ରାଲି
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ
ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରି ବ୍ରହ୍ମପୁରରେ ତ୍ରିରଙ୍ଗା ରାଲିରେ ହେବେ ସାମିଲ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପସ୍ଥିତ ଅଛନ୍ତି ରାଜ୍ୟପାଳଙ୍କ ସମେତ ଉଚ୍ଚଶିକ୍ଷା ଓ ପରିବହନ ମନ୍ତ୍ରୀ । ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରି ଆଶିଷ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ମନ୍ଦିର ପରିସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଥିଲେ ମହିଳା । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଧର୍ମେନ୍ଦ୍ର ।
ସେପଟେ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ବ୍ରହ୍ମପୁରରେ ଆୟୋଜିତ ବିଶାଳ ତ୍ରିରଙ୍ଗା ରାଲିରେ ସାମିଲ୍ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଲଉଡ଼ି ଗାଁ ସ୍ଥିତ IISERର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । IISER ଶିକ୍ଷାନୁଷ୍ଠାନରେ ୭୮୦ କୋଟିର ନବନିର୍ମିତ କୋଠା ସହ ବହୁ ପ୍ରକଳ୍ପର ଉଦଘାଟନ କରିବେ । ଆସନ୍ତାକାଲି ଛତ୍ରପୁର ସ୍ଥିତ ମାଟିଖାଲ IREL ପ୍ଲାଣ୍ଟ ପରିସରରେ ଡିସାଲିନେସନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ।
📱 Get Argus News App
✨ଓଡ଼ିଶାରେ ପ୍ରଥମ ଥର ଏହି ପ୍ଲାଣ୍ଟ ମାଧ୍ୟମରେ ସମୁଦ୍ରର ଲୁଣି ଜଳକୁ ମଧୁର ଜଳ ଭାବେ ପରିଣତ କରାଯାଇ ବ୍ୟବହାର କରିବେ ଗଞ୍ଜାମବାସୀ । ସେହିପରି ଛତ୍ରପୁରରେ ଆୟୋଜିତ ହେବାକୁ ଥିବା ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଲୋକଙ୍କୁ ଉଦବୋଧନ ଦେବେ ।