Videos
|
Odisha

ମହାପ୍ରଭୁଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ

Rashmita Mishra
Browse all articles by Rashmita Mishra
·11 months ago·1 min read
ମହାପ୍ରଭୁଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ

Key Points

ପୁରୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ କଲେ ଦର୍ଶନ
କହିଲେ, ରାଜ୍ୟ, ଦେଶ ଓ ମାନବଜାତିକୁ ମହାପ୍ରଭୁ କରନ୍ତୁ ଆର୍ଶୀବାଦ

ପୁରୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପତ୍ନୀଙ୍କ ସହ ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ରାଜ୍ୟ, ଦେଶ ଓ ମାନବଜାତିକୁ ମହାପ୍ରଭୁ ଆର୍ଶୀବାଦ କରନ୍ତୁ ।

ସେପଟେ ଜାତୀକ୍ଷ ଶିକ୍ଷା ନୀତି ଉପରେ ଜଣେ ଗୁରୁଜନଙ୍କ ପରାମର୍ଶ ନେଇଛନ୍ତି ଧର୍ମେନ୍ଦ୍ର । ଓଡିଶାର ସମସ୍ତ ପ୍ରାଥମିକ ସ୍କୁଲରେ ଓଡିଆ ଭାଷାରେ ପାଠପଢା ହେଉ ବୋଲି ଗୁରୁଜନ କହିଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ମାତୃଭାଷା ଓଡିଆରେ ପାଠପଢା ହେଉ। ସେପଟେ ଶ୍ରୀମନ୍ଦିର ଭିତରେ ଥିବା ସ୍କୁଲର ପୁନରୁଦ୍ଧାର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଏ ପ୍ରସଙ୍ଗରେ ଜିଲ୍ଲାପାଳ, ଶିକ୍ଷା ବିଭାଗ ଅଧିକାରୀ, ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବି । ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ସ୍ଥାନୀୟ ପ୍ରଶାସନ ସଜାଗ ଥିବା କହିଛନ୍ତି ଧର୍ମେନ୍ଦ୍ର। ସେପଟେ 3RD ALL INDIA T10 TENNIS BALL CRICKET TOURNAMENTର ବ୍ରୋଚର୍ କୁ ଉନ୍ମୋଚିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmendra Pradhan Seeks Lord Jagannath’s Blessings | Argus News | Argus News