Dharmendra Pradhan / ମହାମାୟାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ
·38 mins ago·2 min read

Key Points
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ଦିର ଓ ପୂଜା ମଣ୍ଡପ ବୁଲି ମାଙ୍କ ଆଶୀର୍ବାଦ ନେଇଛନ୍ତି
ମହାସମାରୋହରେ ପାଳିତ ହେଉଛି ମହାନବମୀ, ଏଥିପାଇଁ ସାରା ରାଜ୍ୟରେ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ଦିର ଓ ପୂଜା ମଣ୍ଡପ ବୁଲି ମାଙ୍କ ଆଶୀର୍ବାଦ ନେଇଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି । ଦଶହରା ହେଉଛି ଅଧର୍ମ ଉପରେ ଧର୍ମର ବିଜୟ । ସଦଭାବନା, ସମର୍ପଣ ଓ ଆସ୍ଥାର ପ୍ରତୀକ । ମା'ସମଲେଶ୍ବରୀଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ରେଙ୍ଗାଲି ବ୍ଲକର ଲପଙ୍ଗାସ୍ଥିତ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ଗମ୍ଭାରୀପଙ୍କସ୍ଥିତ ନବନିର୍ମିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଏବଂ ଠେମରାସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ ସହ ସେ ପୂଜାର୍ଚ୍ଚନା କରିଥିଲେ।
ସମ୍ବଲପୁର ସହରର ସିନ୍ଦୁରପଙ୍କ, ଧନୁପାଲି, ଗୋବିନ୍ଦତଲା, ଜିଲ୍ଲା ସ୍କୁଲ ଛକ, ସାକ୍ଷୀପଡ଼ା ସମେତ ବିଭିନ୍ନ ସ୍ଥାନରେ ଆୟୋଜିତ ଦୁର୍ଗାପୂଜା ମଣ୍ଡପ ବୁଲି ମହାମାୟାଙ୍କ ଆଶୀର୍ବାଦ ନେଇଥିଲେ ସମ୍ବଲପୁର ସାଂସଦ । ବିଭିନ୍ନ ସ୍ଥାନରେ ତାଙ୍କୁ ପୂଜାକମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା। ଦୁର୍ଗାପୂଜାକୁ ଅତ୍ୟନ୍ତ ଶୃଙ୍ଖଳିତ, ସୁନ୍ଦର ଓ ଆକର୍ଷଣୀୟ ଭାବେ ଆୟୋଜନ କରାଯାଇଥିବାରୁ କମିଟିର ସଦସ୍ୟ, କର୍ମକର୍ତ୍ତା ମାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଥିଲେ।
ସମ୍ବଲପୁର କାଲିବାଡ଼ି ଦୁର୍ଗାପୂଜା କମିଟି ଚଳିତବର୍ଷ ୧୦୮ତମ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାଳନ କରୁଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ସମ୍ବଲପୁର ସାଂସଦ । ସେ କହିଛନ୍ଦୀତି, ଦୀର୍ଘ ବର୍ଷର ଏହି ଗୌରବମୟ ଯାତ୍ରା ଭକ୍ତି, ନିଷ୍ଠା, ଶ୍ରଦ୍ଧା ଏବଂ ପରମ୍ପରାର ଏକ ଅନନ୍ୟ ଗାଥା।
ନବମୀରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉତ୍ସାହ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା । ଲକ୍ଷ୍ମୀ ଟକିଜ୍ସ୍ଥିତ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ଙ୍କ ଆଶିଷ ନେଇଥିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ପରେ ସମ୍ବଲପୁରର ଟାଏକୋଣ୍ଡୋ ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories