|
logo
Live
Argus News App
GET APP

Argus News - ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

Dharmendra Pradhan / ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Rashmita Mishra
Browse all articles by Rashmita Mishra
·4 months ago·2 min read
ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ, କଟକ ଓ ଭଦ୍ରକରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ
ବିମାନ ବନ୍ଦରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯିବ
ବିହାର ନିର୍ବାଚନର ବିନ୍ଧାଣୀ ଧର୍ମେନ୍ଦ୍ରଙ୍କୁ ଦିଆଯିବ ସମ୍ବର୍ଦ୍ଧନା
ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ପୁରୀ, କଟକ ଓ ଭଦ୍ରକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ବିହାର ନିର୍ବାଚନର ବିନ୍ଧାଣୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯିବ । ବିମାନ ବନ୍ଦରରେ ସମ୍ବର୍ଦ୍ଧନା ପରେ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସନ୍ଧ୍ୟାରେ କଟକରେ ଚଣ୍ଡୀ ମନ୍ଦିର ଦର୍ଶନ ସହ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀରେ ଯୋଗଦେବେ । ଆସନ୍ତାକାଲି ଭଦ୍ରକରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଗଣଦୌଡରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିହାରରେ NDAର ସଫଳତା ପଛରେ ପିଏମ୍ ମୋଦିଙ୍କ ନେତୃତ୍ଵ ସହ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଭୂମିକା । ବିଜେପି ପ୍ରଭାରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶାଣିତ ରଣନୀତି, ବ୍ୟାପକ ଅଭିଜ୍ଞତା ଓ ସମନ୍ଵୟ ରକ୍ଷା କରିବାର କଳା ବିହାରରେ NDAକୁ ମିଳିଛି ଡବଲ୍ ସେଞ୍ଚୁରୀ । ଜାତି ଗଣିତରୁ ନେଇ ସଂଗଠନ ପରିଚାଳନା ପୁଣି ମେଣ୍ଟ ଦଳଙ୍କୁ ସାଥୀରେ ନେଇ ଚାଲିବା, ନିଜ ଦକ୍ଷତା ବଳରେ ସବୁ ଚ୍ୟାଲେଞ୍ଜର ଧର୍ମେନ୍ଦ୍ର ସଫଳ ମୁକାବିଲା କରିଥିଲେ ।

କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "NDAର ବିଶ୍ଵସନୀୟତା ରହିଛି । ବିହାରରେ ପ୍ରାୟ ୩୦ ବର୍ଷ ହେଲା NDA ରହିଛି । ବିଗତ ୨୦ ବର୍ଷ ହେଲା ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଯେତିକି ଯୋଜନା ହୋଇଛି, ସେଥିରେ ପୂର୍ବ ଭାରତୀୟ ରାଜ୍ୟରେ ସର୍ବାଧିକ ଲାଭ ପାଇଛି ବିହାର । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ମଧ୍ୟ ଲାଭାନ୍ଵିତ ହୋଇଛନ୍ତି ।"

ସେ ଆହୁରି କହିଛନ୍ତି, "ଚଳିତ ନିର୍ବାଚନରେ ୨ ବ୍ୟକ୍ତିଙ୍କ ବିଶ୍ଵସନୀୟତା ହେଉଛି ମୁଖ୍ୟ । ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵୀ ରହିବେ । କାମ ଓ ନୂତନ ଆକାଂକ୍ଷା ଅନୁସାରେ ଲୋକେ ସମର୍ଥନ କରନ୍ତି । ବିହାର ଏମିତି ଏକ ରାଜ୍ୟ ଯାହା ସମୟ ସହ ଆଗକୁ ବଢ଼ୁଛି । ବିହାରକୁ ଭରସା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଶ୍ଵସନୀୟ ଚେହେରା, ଯାହାଙ୍କୁ ବିହାର ବିଶ୍ଵାସ ଓ ଭରସା କରୁଛି । ମୋ ଭଳି ରାଜନେତା ଏଥିରେ ସହଯୋଗ କରିବା ଦ୍ଵାରା ଆମକୁ ନୂଆ ଅଭିଜ୍ଞତା ସହ ଅନେକ କିଛି ଶିଖିବାକୁ ମିଳୁଛି ।"

ସେପଟେ ବିହାର ବିଧାନସଭା ନିର୍ବାଚନରେ ଇତିହାସ ରଚିଛି ବିଜେପି । ବିହାର ଇତିହାସରେ ସର୍ବାକାଳୀନ ରେକର୍ଡ ପ୍ରଦର୍ଶନ କରିଛି ବିଜେପି । ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସତ୍ତ୍ବେ ବିଜେପି ବନିଛି ବିହାରର ବାଜିଗର । ଆଉ ଏହି ବିଜୟ ପଛରେ ରହିଛି ମୋଦିଙ୍କ ବିଶ୍ୱସ୍ତ ସିପାହୀ ତଥା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଭୂମିକା ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | Argus News