|
logo
Live

Argus News - ସମ୍ବଲପୁର ବଡବଜାରର ୬୩ ଓ ୬୪ ନମ୍ବର୍ ବୁଥରେ ଭୋଟିଂ ପ୍ରକ୍ରିୟା ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

Odisha

ସମ୍ବଲପୁର ବଡବଜାରର ୬୩ ଓ ୬୪ ନମ୍ବର୍ ବୁଥରେ ଭୋଟିଂ ପ୍ରକ୍ରିୟା ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·1 year ago·1 min read
ସମ୍ବଲପୁର ବଡବଜାରର ୬୩ ଓ ୬୪ ନମ୍ବର୍ ବୁଥରେ ଭୋଟିଂ ପ୍ରକ୍ରିୟା ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଭୋଟ ଦଉଛି ସମ୍ବଲପୁର । ଆଜି ସକାଳ ୭ ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେଇସାରିଥିବା ବେଳେ ମା' ସମଲେଶ୍ଵରୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସମ୍ବଲପୁରବାସୀ ଆଜି ସମ୍ବଲପୁର ସଂସଦୀୟକ୍ଷେତ୍ର ପାଇଁ ଭୋଟ ଦେଉଥିବାବେଳେ ନିଜେ ସାଂସଦ ପ୍ରାର୍ଥୀ ଭାବେ ମା' ସମଲେଇଙ୍କ ଆଶୀର୍ବାଦ କାମନା କରି ସମ୍ବଲପୁର ବଡବଜାରର ୬୩ ଓ ୬୪ ନମ୍ବର୍ ବୁଥରେ ଭୋଟିଂ ପ୍ରକ୍ରିୟା ବୁଲି ଦେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ବଡବଜାରରେ ଦଳୀୟ ଏଜେଣ୍ଟଙ୍କ ସହ ଆଲୋଚନା କଲେ ।

ଏହାସହ ଲୋକଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଭୋଟ୍ ବହୁତ ଗୁରୁତ୍ୱପୂର୍ଣ୍ଣ । ନିଶ୍ଚିତ ଭୋଟ୍ ଦିଅନ୍ତୁ । ଗଣତନ୍ତ୍ରରେ ଭୋଟ୍ ବହୁତ ମୂଲ୍ୟବାନ ଆଉ ନିର୍ଣ୍ଣାୟକ । ଭୋଟ୍ ଦେବାର କାମ ବହୁତ ମହାନ୍ ଆଉ ଗୁରୁତ୍ୱପୂର୍ଣ୍ଣ କାମ୍ । ଭୋଟ୍ ଆମର ଅଧିକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସବୁ ସ୍ୱାଭିମାନୀ ଜନତାଙ୍କୁ ବହୁତ ସଂଖ୍ୟାକ ଭୋଟ୍ ଦେବା ଲାଗି ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆପଣମାନଙ୍କର ଗୋଟେ ଗୋଟେ ଭୋଟ୍ ବିକଶିତ ସମ୍ବଲପୁର, ବିକଶିତ ଓଡିଆ ଆଉ ବିକଶିତ ଭାରତ ନିର୍ମାଣ କରିବାରେ ମଜବୁତ କରିବ ବୋଲି ସମ୍ବଲପୁରୀ ଭାଷାରେ ଟ୍ୱିଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 


 

Sponsored
ସମ୍ବଲପୁର ବଡବଜାରର ୬୩ ଓ ୬୪ ନମ୍ବର୍ ବୁଥରେ ଭୋଟିଂ ପ୍ରକ୍ରିୟା ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ | Argus News