Videos
|
Odisha

Cancer Patient / ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁମୋଦନ କ୍ରମେ କର୍କଟ ରୋଗୀଙ୍କୁ ପିଏମ ରିଲିଫ ପାଣ୍ଠିରୁ ୩ ଲକ୍ଷ ସହାୟତା

Ritu Das
Browse all articles by Ritu Das
·1 hour ago·1 min read
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁମୋଦନ କ୍ରମେ କର୍କଟ ରୋଗୀଙ୍କୁ ପିଏମ ରିଲିଫ ପାଣ୍ଠିରୁ ୩ ଲକ୍ଷ ସହାୟତା
India

Key Points

  • ଚିକିତ୍ସା ପାଇଁ ମିଳିଲା ବଡ଼ ଆର୍ଥିକ ସହାୟତା
  • ରକ୍ତକର୍କଟ ରୋଗୀଙ୍କୁ ୩ ଲକ୍ଷର ସହାୟତା
  • ୭ ଦିନରେ ରୋଗୀଙ୍କ ପାଖରେ ପହଞ୍ଚିଲା ଟଙ୍କା
  • ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୋଶଳା ପଞ୍ଚାୟତ ଚକ୍ରଧରପୁର ଗ୍ରାମର ରାଜକିଶୋର ପ୍ରଧାନଙ୍କ ପୁଅ ବିଶ୍ୱରଞ୍ଜନ ପ୍ରଧାନ (୨୭) ରକ୍ତକର୍କଟ ରୋଗରେ ପୀଡିତ ହୋଇ ବହୁତ କଷ୍ଟ ଭୋଗୁଥିଲେ। ଗରିବ ହୋଇଥିବାରୁ ନିଜର ସାମର୍ଥ୍ୟରେ ଚିକିତ୍ସା କଲାପରେ ଧୈର୍ଯ୍ୟହରା ହୋଇ ପଡ଼ିଥିଲେ। ଚିକିତ୍ସାରେ ଅର୍ଥ ବାଧକ ସାଜିବା ପରେ ଉକ୍ତ ପଞ୍ଚାୟତର ବିଜେପି ସଭାପତି ଅଭିଷେକ ବେହେରାଙ୍କ ସହିତ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀଙ୍କ ନିକଟରେ ପହଞ୍ଚି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। ସେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ରୋଗୀର ଉନ୍ନତ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ପାଇଁ ଗତ ଅଗଷ୍ଟ ୨୮ ତାରିଖରେ ଅନୁମୋଦନ କରିଥିଲେ।

    ସାତଦିନ ମଧ୍ୟରେ ସେପ୍ଟେମ୍ବର ୩ ତାରିଖରେ ରୋଗୀର ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ସମ୍ପୃକ୍ତ ମେଡିକାଲକୁ ଦିଆଯାଇଛି ବୋଲି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଏବଂ ରୋଗୀଙ୍କ ପରିବାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ମାତ୍ର ୭ ଦିନ ମଧ୍ୟରେ ରୋଗୀ ପାଖରେ ଆର୍ଥିକ ସାହାଯ୍ୟ ପହଞ୍ଚିବାକୁ ନେଇ ରୋଗୀ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ବିଜେପି ନେତା ବିଜୟ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free: