Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାର ଚାବି ହଜାଇଛି କିଏ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?

Key Points

  • ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
  • ରଥଯାତ୍ରା ବନ୍ଦ କରିବାକୁ ଚକ୍ରାନ୍ତ କରିଥିଲା କିଏ ?
  • ସବୁ ଗୁମର ଖୋଲିଦେଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର । ଖାଲି ଗୁମର ଖୋଲିଲେ ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ କେମିତି ଓଡ଼ିଆଙ୍କ ସମ୍ମାନକୁ ଜଗିଛନ୍ତି ସେନେଇ ବି ସବୁ ତଥ୍ୟ ଦେଲେ । ଧର୍ମେନ୍ଦ୍ରଙ୍କ ଏମିତି ତଥ୍ୟ ଦେଖି ଚିନ୍ତାରେ ଥରିଲେଣି ବିଜେଡି ନେତା ।

ରଥଯାତ୍ରାଠୁ ରତ୍ନଭଣ୍ଡାର । କିଏ କରିଥିଲା ଚକ୍ରାନ୍ତ ? ଉତ୍ତର ରଖିବେ କି ନବୀନ ବାବୁ ? ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରାଣର କେନ୍ଦ୍ର, ଜଗତର ନାଥ ଜଗନ୍ନାଥଙ୍କ ସହ ଯେମିତି ହୀନ ଖେଳ ଖେଳିଲେ ରାଜ୍ୟ ସରକାର ତାହା ଏବେ ଜଳଜଳ ହୋଇ ଓଡ଼ିଆ ଲୋକ ଦେଖିଲେ । କେବଳ ନିର୍ବାଚନ ପାଇଁ  ପୁଳାଏ ମିଛ କହୁଛନ୍ତି ନବୀନ ବାବୁ । ଓଡିଆ ଅସ୍ମିତାକୁ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିବା ପରେ ବିଜେପି ପକ୍ଷରୁ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ‘୨୦୨୦ର ଏକ ନ୍ୟାୟିକ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେବାକୁ ଚାହୁଁଛି । ୪ ବର୍ଷ ତଳେ ଯେତେବେଳେ ଦେଶ ଏକ ସମ୍ବେଦନଶୀଳ ସ୍ଥିତି ଦେଇ ଗତି କରୁଥିଲା ଅକ୍ଷୟ ତୃତୀୟା ଦିନରେ ରଥ କାଠ ଅନୁକୂଳ ବନ୍ଦ କରିବା ସହ ରଥଯାତ୍ରା ବନ୍ଦ କରିବା ପାଇଁ ବିଜେଡି ସରକାର ଷଡଯନ୍ତ୍ର ରଚିଥିଲେ । ମୁଖ୍ୟମନ୍ତ୍ରୀ ମହାପ୍ରସାଦ ଧରି କୁହନ୍ତୁ, ତାଙ୍କ ସରକାର ବଡବଡ ଓକିଲ ଧରି ରଥଯାତ୍ରାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରିନଥିଲେ ? ଯେମିତି ରଥ ନହେବ କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ରଥଯାତ୍ରାକୁ ବନ୍ଦ କରିବାକୁ ଯୋଜନା କରିନଥିଲେ ? କିନ୍ତୁ ଏକଥା ପ୍ରଧାନମନ୍ତ୍ରୀଙ୍କ କାନରେ ପଡିଲା । ସେ ଏଥିରେ ହସ୍ତକ୍ଷେପ କଲେ ।

କେବଳ ରଥଯାତ୍ରା ବନ୍ଦ ନହେଉ ବୋଲି ସେତେବେଳେ ମୋଦି ଓ ତତ୍କାଳୀନ ଜଷ୍ଟିସ୍ ଥିବା ଅରୁଣ ମିଶ୍ରଙ୍କ ହସ୍ତକ୍ଷେପରେ ଛୁଟିଦିନରେ କୋର୍ଟ ଖୋଲାଗଲା । ରଥଯାତ୍ରା ନ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ରିଭ୍ୟୁ କରାଯାଇଥିଲା । ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏକଥାର ସାକ୍ଷୀ ମୁଁ ନିଜେ, ଏକଥା ସାରା ଓଡିଶାବାସୀ ଜାଣିଛନ୍ତି । ଏତେ କଥା ପରେ ବି ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରୁଛନ୍ତି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାର, ଓଡ଼ିଆଙ୍କର ମୁଖ୍ୟମନ୍ତ୍ରୀ । ହେଲେ ଆଜି ପର୍ଯ୍ୟନ୍ତ ଓଡ଼ିଆରେ ପଦେ ଠିକ୍‌ରେ କଥା ହୋଇପାରିଲେ ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ଓଡ଼ିଆ ହୋଇନଥିବା ପରେ ବି ଯେଉଁ ପରି ଭାବରେ ଓଡ଼ିଆଙ୍କ ଭାବାବେଗ ବୁଝିଲେ, ଲଢେଇ କରି ହକ୍ ଦେଲେ ସେ କଥା ସାଢେ ଚାରିକୋଟି ଓଡ଼ିଆଙ୍କୁ ଅଛପା ନାହିଁ । ଏହାପରେ ବି ନବୀନ ବାବୁ ଅଣଓଡ଼ିଆଙ୍କ ସ୍କ୍ରିପ୍ଟ ପଢି କଟାକ୍ଷ କଲେ ତାହା ଦୁର୍ଭାଗ୍ୟଜନକ ବୋଲି କହିଲେ ଧର୍ମେନ୍ଦ୍ର ।
 

Sponsored
Dharmendra Pradhan | Argus News