Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସୁଛି ବାତ୍ୟା : ଧର୍ମେନ୍ଦ୍ର କହିଲେ ଆମ ସରକାର ପ୍ରସ୍ତୁତ

Odisha

ଆସୁଛି ବାତ୍ୟା : ଧର୍ମେନ୍ଦ୍ର କହିଲେ ଆମ ସରକାର ପ୍ରସ୍ତୁତ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଆସୁଛି ବାତ୍ୟା : ଧର୍ମେନ୍ଦ୍ର କହିଲେ ଆମ ସରକାର ପ୍ରସ୍ତୁତ

ଅର୍ଗସ ବ୍ୟୁରୋ: ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ଼ ସୂଚନା । ଓଡ଼ିଶାର ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍‌ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି । ବାତ୍ୟା 'ଦାନା' ପାଇଁ ବନ୍ଦରରେ ୪ନଂ ବିପଦ ସଂକେତ ଦିଆଯାଇଛି  । ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ ଦିଆଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସ ପେଜରେ ଲେଖିଛନ୍ତି ଆମ ସରକାର ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ।  

ଏହାସହ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ୱାରା ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି । 

ରାଜ୍ୟରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏଭଳି ସମୟରେ ଜନସାଧାରଣ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ଅନୁରୋଧ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଆମ ଦଳର କାର୍ଯ୍ୟକର୍ତ୍ତାମାନେ ନିଜର ଶକ୍ତି ଓ ସାମର୍ଥ୍ୟ ସହ ବାତ୍ୟା ପ୍ରଭାବିତ ହେବାକୁ ଥିବା ସ୍ଥାନର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ଜନସାଧାରଣଙ୍କର କିଛି କ୍ଷତି ନ ହେଉ, ଏହା ହିଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।
 

Sponsored
Dharmendra Pradhan | Argus News