Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗରିବଙ୍କ ପଇସାକୁ ଲୁଟୁଥିବା ଲୋକମାନେ ଜେଲ୍ ଯିବେ- ଧର୍ମେନ୍ଦ୍ର ପ୍ରଧାନ

Odisha

ଗରିବଙ୍କ ପଇସାକୁ ଲୁଟୁଥିବା ଲୋକମାନେ ଜେଲ୍ ଯିବେ- ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·2 years ago·1 min read
ଗରିବଙ୍କ ପଇସାକୁ ଲୁଟୁଥିବା ଲୋକମାନେ ଜେଲ୍ ଯିବେ- ଧର୍ମେନ୍ଦ୍ର ପ୍ରଧାନ

Key Points

•ଯେଉଁମାନେ ଜବତ ହୋଇଥିବା ଅର୍ଥ କାରବାରରେ ସଂଶ୍ଲିଷ୍ଟ ଅଛନ୍ତି, ସେମାନେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ମୋଦି ସରକାର କାହାକୁ ବି ଛାଡିବେ ନାହିଁ
•ଉତ୍ତରଦାୟୀ ଥିବା ଲୋକମାନେ ଏହି ଘଟଣାରେ ଉତ୍ତର ଦେବାକୁ ବାଧ୍ୟ, ଏହା ଲୋକଙ୍କ ଅପେକ୍ଷା 
 

ଭୁବନେଶ୍ୱର: ଯେଉଁମାନେ ଗରିବଙ୍କ ଟଙ୍କାକୁ ଲୁଟୁଛନ୍ତି, ସେମାନଙ୍କୁ ଜେଲ ପଠାଯିବ । ମୋଦି କାହାକୁ ଛାଡିବେ ନାହିଁ ବୋଲି ରାଜ୍ୟରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ମୋଦିଙ୍କ ଶାସନ ବ୍ୟବସ୍ଥାକୁ ଲୋକମାନେ ପସନ୍ଦ କରୁଛନ୍ତି । ଓଡ଼ିଶା ସମେତ ଦେଶର ଜନସାଧାରଣ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି ।  ଯେଉଁମାନେ ଜବତ ହୋଇଥିବା ଅର୍ଥ କାରବାରରେ ସଂଶ୍ଲିଷ୍ଟ ଅଛନ୍ତି, ସେମାନେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ମୋଦି ସରକାର କାହାକୁ ବି ଛାଡିବେନାହିଁ । ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ ।

'ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା' 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଘଟଣାରେ ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ, ସେମାନେ ଚୁପ୍ ରହି ଉତ୍ତର ଦେବାକୁ ବାଧ୍ୟ ହେବେ । ଏହା ଲୋକଙ୍କ ଅପେକ୍ଷା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡ଼ିଶା ରେଡରେ ମିଳିଥିବା ଟଙ୍କା କାହାର ବୋଲି ପଚାରିଲେ ଧର୍ମେନ୍ଦ୍ର
 

Argus Whatsapp Channel Mobile Top
Sponsored
dharmendra-pradhan-reaction-on-it-raid | Argus News