Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - 'ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି'

Odisha

'ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି'

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
'ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି'

ଅର୍ଗସ ବ୍ୟୁରୋ: ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ କେମିତି ସରକାରୀ ଦଳର ସବୁ ସତ କଥା କହିଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସିଧା ମଦ ଟଙ୍କାରେ କେମିତି ଶାସକଦଳର ମିଲିଭଗତ ଅଛି ସେନେଇ ପରୋକ୍ଷରେ ସବୁ କହିଦେଲେ କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ରାଜ୍ୟର ପଛୁଆ ଜିଲ୍ଲା କୁହାଯାଉଥିବା ବଲାଙ୍ଗିରରୁ ଏତେ ପରିମାଣରେ ଟଙ୍କା ରେଡ୍‌ ହେବା ପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି କାହାକୁ ଛଡ଼ା ଯିବନି ବୋଲି କହିଥିଲେ । ଏମିତିକି ମଦ ଟଙ୍କା କାଳେ ବିଜେଡିର ନିର୍ବାଚନ ପରିଚାଳନାରେ ଖର୍ଚ୍ଚ ହୋଇଥାଆନ୍ତା ବୋଲି ବିରୋଧୀ ଅଭିଯୋଗ କଲେ । ଏମିତିକି ଶାସକ ଦଳର ମନ୍ତ୍ରୀ ବିଧାୟକଙ୍କ ସହ କାଳେ ଧୀରଜଙ୍କର ଭାରି ଭଲ ସମ୍ପର୍କ, ଖାଲି ଏତିକି ନୁହେଁ ବୌଦ୍ଧରେ ଏକ କମ୍ପାନୀର ଉଦଘାଟନ ବି କରିଥିଲେ ନବୀନ । ଏତେ ସବୁ ପରେ କିନ୍ତୁ ମୁହଁ ଖୋଲିନଥିଲେ ନୀବନ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢୁଥିବା ବେଳେ ଧର୍ମେନ୍ଦ୍ରଙ୍କ ଠାକୁର ଘରେ କିଏ କଦଳୀ ଖାଇନ ଉକ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Bolangir IT Raid | Argus News