Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଞ୍ଚିତ ବର୍ଗର ଲୋକ ଉପରକୁ ଉଠିଲେ ରାଜ୍ୟ ଓ ଦେଶର ବିକାଶ ହେବ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ବଞ୍ଚିତ ବର୍ଗର ଲୋକ ଉପରକୁ ଉଠିଲେ ରାଜ୍ୟ ଓ ଦେଶର ବିକାଶ ହେବ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

ଆଜି ଭାରତର ପ୍ରଥମ ପ୍ରାଥମିକତା ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତିର ଲୋକ । ଯେଉଁ ଗରିବ, ପଛୁଆ ଲୋକଙ୍କ ସ୍ଵର ଦବି ରହିଥିଲା ଆମେ ସେମାନଙ୍କ ସ୍ଵପ୍ନକୁ ସଂକଳ୍ପରେ ବଦଳାଇବା ଦରକାର, ଏହା ସମ୍ବିଧାନର ଆବଶ୍ୟକତା ।

ଭୁବନେଶ୍ଵର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବା ଦରକାର । ବଞ୍ଚିତ ବର୍ଗ ଉପରକୁ ଉଠିଲେ ସମାଜ ବିକଶିତ ହେବ, ରାଜ୍ୟ ଓ ଦେଶର ବିକାଶ ହେବ । ଭୁବନେଶ୍ଵରରେ ଆୟୋଜିତ ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ମିଳନୀରେ ଏ ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ମିଳନୀରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କଳିଙ୍ଗ ଯୁଦ୍ଧର ଅବତାରଣା କରିଛନ୍ତି । କହିଛନ୍ତି, ଓଡ଼ିଶାବାସୀ ପ୍ରଜାତନ୍ତ୍ର ଉପରେ ବିଶ୍ଵାସ କରନ୍ତି । ଫଳରେ ଯୁଦ୍ଧରେ ୧ ଲକ୍ଷ ସୈନିକଙ୍କ ଜୀବନ ଯାଇଥିଲା । ଫଳରେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ । ଏଇଠି ବୁଦ୍ଧ ବିଚାର ବିଶ୍ଵକୁ ବ୍ୟାପିଥିଲା ।


କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଜିଠୁ ଅଢ଼େଇ ହଜାର ବର୍ଷ ପୂର୍ବେ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା ଓଡ଼ିଶାର ପ୍ରଜାତନ୍ତ୍ରର ମୂଲ୍ୟ ବଳରେ । ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା ହୁଅନ୍ତୁ । ସମସ୍ତେ ସ୍ଵାଧୀନତାର ଲଢ଼େଇ ଲଢ଼ିଛନ୍ତି । ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ଉଦ୍ୟମର ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଦେଶରେ ପ୍ରଥମଥର ଜନଜାତି ମନ୍ତ୍ରଣାଳୟ ଖୋଲିଥିଲା, ପ୍ରଥମ ମନ୍ତ୍ରୀ ହୋଇଥିଲେ ଜୁଏଲ୍ ଓରାମ ।


ଆଜି ଭାରତର ପ୍ରଥମ ପ୍ରାଥମିକତା ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତିର ଲୋକ । ଯେଉଁ ଗରିବ, ପଛୁଆ ଲୋକଙ୍କ ସ୍ଵର ଦବି ରହିଥିଲା ଆମେ ସେମାନଙ୍କ ସ୍ଵପ୍ନକୁ ସଂକଳ୍ପରେ ବଦଳାଇବା ଦରକାର, ଏହା ସମ୍ବିଧାନର ଆବଶ୍ୟକତା । ଏହା କଲେ ହିଁ ଆମେ ୨୦୪୭ରେ ବିକଶିତ ଦେଶ ଭାବେ ନିଜକୁ ସାବ୍ୟସ୍ତ କରି ପାରିବା ।
ରାଷ୍ଟ୍ରୀୟ ଶିକ୍ଷା ନୀତିର ସମୀକ୍ଷା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଶିକ୍ଷା ସର୍ବସ୍ପର୍ଶୀ ହେବା ବାକି ଅଛି । ଏବେ ବି ଶିକ୍ଷାରୁ ଅନୁସୂଚିତ ଜାତି ଓ ଜନଜାତିର ଲୋକ ବଞ୍ଚିତ ଅଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଞ୍ଚିତ ସମୂହ ଉପରେ ଜୋର୍ ଦେବା ଆମ ଶିକ୍ଷାନୀତିର ଗୁରୁତ୍ଵ । ମାତୃଭାଷା ଆଧାରିତ ଶିକ୍ଷା ଦ୍ଵାରା ଏହା ସମ୍ଭବ ହୋଇପାରିବ । ଏଥିପାଇଁ ଭାରତ ସରକାର ଆଦିବାସୀ ଭାଷାରେ ଶିକ୍ଷାକୁ ଗୁରୁତ୍ଵ ଦେଉଛନ୍ତି । ଓଡ଼ିଶାରେ ୧୭ ଆଦିବାସୀ ଭାଷାରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଫଳରେ ବିଦ୍ୟାର୍ଥୀଙ୍କ ସଂଖ୍ୟା ବଢ଼ିଛି । ମହିଳାଙ୍କ ପ୍ରଗତି ହୋଇଛି । ବଞ୍ଚିତ ବର୍ଗ ଉପରକୁ ଉଠିଲେ ସମାଜ ବିକଶିତ ହେବ, ରାଜ୍ୟ ଓ ଦେଶର ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ମଧ୍ୟ ସାମିଲ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିଛନ୍ତି । ଏହା ସହ କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଡେଲିଗେଟ୍ ସାମିଲ୍ ହୋଇଛନ୍ତି । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ହେଉଛି । ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଉପସ୍ଥିତ ରହିଛନ୍ତି ।


Sponsored
Inclusive Growth Key to Nation Building: Dharmendra Pradhan at Bhubaneswar Conference | Argus News | Argus News