Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏହା କ'ଣ ୨୫ ବର୍ଷ ଶାସନର ରୂପାନ୍ତରୀକରଣ ?

Smruti Parija
Browse all articles by Smruti Parija
·2 years ago·2 min read
ଏହା କ'ଣ ୨୫ ବର୍ଷ ଶାସନର ରୂପାନ୍ତରୀକରଣ ?

ଅର୍ଗସ ବ୍ୟୁରୋ:  ପୁଣି ରୂପାନ୍ତରୀକରଣକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ Xରେ ଆଦିବାସୀଙ୍କ ମୌଳିକ ସୁବିଧା ସହ ପାନୀୟ ଜଳ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାର ଓଡ଼ିଶାର ପାନୀୟ ଜଳ ପାଇଁ ୧୦,୨୧୭ କୋଟି ଟଙ୍କା ବ୍ୟବସ୍ଥା କରିବା ସତ୍ତ୍ବେ ଲୋକେ କାହିଁକି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । 

ସେ କହିଛନ୍ତି, ରାଜ୍ୟରେ ଆଦିବାସୀମାନେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ । ଏହା କ'ଣ  ୨୫ ବର୍ଷ ଶାସନର ରୂପାନ୍ତରୀକରଣ ? ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ କାଦୋପଡା ପଞ୍ଚାୟତ ମହୁପାଳ ଗାଁରେ ଅଧିକାଂଶ ଆଦିବାସୀ ଓ କନ୍ଧ ସମ୍ପ୍ରଦାୟର ଲୋକେ ସ୍ବଚ୍ଛ ପାନୀୟ ଜଳ ଓ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଦି ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପାଇଁ ମୋଟ ୧୦,୨୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ୱେ ରାଜ୍ୟରେ ପାନୀୟ ଜଳର ବିକଟ ସମସ୍ୟା ଦେଖାଯିବା ରାଜ୍ୟ ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । 

ଏଥର ପରିବର୍ତ୍ତନ ନିଶ୍ଚୟ ହେବ ବୋଲି ସୋସିଆଲ ମିଡିଆ Xରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ସମ୍ବଲପୁର ରେଢାଖୋଲ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରକଳ୍ପ ଅଦ୍ୟାବଧି ଶେଷ ନହେବା ସ୍ଥାନୀୟ ସରକାରର ଅପାରଗତା ଓ ମନୋମୁଖୀ ଶାସନକୁ ଦର୍ଶାଉଛି । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କାରଣରୁ ଲୋକମାନେ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରୀକରଣ ? କେବଳ ଘୋଷଣା କରିଦେଲେ ହେବ ନାହିଁ, ପ୍ରତିଶ୍ରୁତି ପାଳନ କରିବାକୁ ପଡେ । ଚଳିତ ନିର୍ବାଚନରେ ଲୋକମାନେ ଏହାର ଉଚିତ୍ ଜବାବ ଦେବେ ବୋଲି ଟ୍ବିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
dharmendra-pradhan-targets-odisha-govt-over-water-crisis-in-deogarh | Argus News