Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇଦିନିଆ ୟୁଏଇ ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Rashmita Mishra
Browse all articles by Rashmita Mishra
·10 months ago·1 min read
 ଦୁଇଦିନିଆ ୟୁଏଇ ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

ଦୁଇ ଦିନିଆ ୟୁଏଇ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ୟୁଏଇର ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗର ଅଧ୍ୟକ୍ଷାଙ୍କୁ ଭେଟିବେ
ଦୁବାଇରେ ଆଇଆଇଏମ, ଅହମ୍ମଦବାଦ କ୍ୟାମ୍ପସର ହେବ ଉଦଘାଟନ

ଆଜି ଦୁଇଦିନିଆ ୟୁଏଇ ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତକାଳରେ ୟୁଏଇର ପ୍ରମୁଖ ନେତୃତ୍ୱ, ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଭାରତ ଓ ୟୁଏଇ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ ।

ପ୍ରଥମ ଦିନରେ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ଆଲୋଚନା କରିବେ । ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ସେଠାରେ ଅଟଳ ଇନକ୍ୟୁବେସନ୍ ସେଣ୍ଟର ଉଦଘାଟନ କରିବା ସଙ୍ଗେସଙ୍ଗେ ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ଏହି ଅବସରରେ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବୁଧାବିର ବାପ୍ସ ହିନ୍ଦୁ ମନ୍ଦିର ପରିଦର୍ଶନ କରିବା ସହ ସିମ୍ବିୟୋସିସ୍ ବିଶ୍ୱବିଦ୍ୟାଳୟ, ଦୁବାଇ କ୍ୟାମ୍ପସର ପ୍ରଥମ ବାର୍ଷିକଉତ୍ସବରେ ଯୋଗଦେବେ ।

ତାହାସହ କନସୁଲେଟରେ 'ଏକ ପେଡ୍ ମା କେ ନାମ' ବୃକ୍ଷରୋପଣ ଅଭିଯାନରେ ଗଛ ଲଗାଇବେ । ୟୁଏଇରେ ଥିବା ଭାରତୀୟ ସ୍କୁଲଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ । ଏଥିସହ ଦୁବାଇରେ ବସବାସ କରୁଥିବା ଭାରତୀୟ ପ୍ରବାସୀମାନଙ୍କ ସହିତ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan to Visit UAE on Two-Day Tour | Argus News | Argus News