ମା'ଙ୍କୁ ପୂଜାର୍ଚ୍ଚନା କରିବା ସହ ଆର୍ଶିବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ

ମା' ସମଲେଶ୍ଵରୀଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା'ଙ୍କୁ ପୂଜାର୍ଚ୍ଚନା କରିବା ସହ ଆର୍ଶିବାଦ ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ମା ସମଲେଶ୍ଵରୀଙ୍କ ଆର୍ଶିବାଦ ଯୋଗୁ ସମ୍ବଲପୁରରେ ହନୁମାନ ଜୟନ୍ତି ପର୍ବ ପାଳନ ହୋଇଛି । ହନୁମାନ ଜୟନ୍ତୀରେ ସଫଳତା ଲୋକଙ୍କ ମଧ୍ୟରେ ଥିବା ଆଧ୍ୟାତ୍ମିକତା ଓ ହନୁମାନ ପ୍ରତି ଆଶକ୍ତି ଭାବ, ତ୍ୟାଗ, ଶକ୍ତି, ସାହାସ, ସର୍ମପଣ ଭାବ ପାଇଁ ପ୍ରତିଫଳନ ହୋଇଛି । ଏଥିପାଇ ମହାପ୍ରଭୁ ପାଖେ କୃତଜ୍ଞତା ଜ୍ଞାପନ କରୁଛି। ସେପଟେ କେନ୍ଦ୍ରମନ୍ତ୍ରୀ ସମଲେଇ ପ୍ରକଳ୍ପ ଫେଜ ୨ ର ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟ ତଦାରଖ କରିଛନ୍ତି ।
ଏହାସହ କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଆଜି ମା'ଙ୍କ ଦର୍ଶନ ପାଇକି ନିଜକୁ ବହୁତ ସୌଭାଗ୍ୟମାନ ଅନୁଭବ କରୁଛି। ମା'ଙ୍କ ଆର୍ଶିବାଦରେ ଆମ ଦେଶ, ଆମ ରାଜ୍ୟ, ଆମ ଜିଲ୍ଲା ଏବଂ ସହରର ଆହୁରି ବିକାଶ ହେଉ। ଗତକାଲି ମା' ଙ୍କ ଆର୍ଶିବାଦ କାରଣରୁ ବଡ ଉତ୍ସାହର ସହ ଆମ ସହରରେ ହନୁମାନ ଜୟନ୍ତୀ ପର୍ବ ସମାପ୍ତ ହୋଇଛି। ରାମ ନବମୀଠୁ ଆରମ୍ଭ କରି ହନୁମାନ ଜୟନ୍ତୀ ପର୍ଯ୍ୟନ୍ତ ଦେଶ ରାମମୟ ହୋଇଥିଲା। ଶ୍ରୀ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଏବେ ଏବେ ପୂର୍ଣ୍ଣାଙ୍ଗ ରାମ ଦରବାର ବି ପ୍ରତିଷ୍ଠା ହେବାକୁ ଯାଉଛି। ଏଭଳି ଏକ ଅବସରରେ ଦେଶ ରାମମୟ ହେଉ ଏଇଟା ଦେଶର ଜନତାଙ୍କର ଅପେକ୍ଷା ।
ଆମ ଅଞ୍ଚଳରେ ବି ଏହାର ବାତାବରଣ ଆଗରୁ ବି ଥିଲା, ଏବେବି ଅଧିକା ହେଇଛି । ଗତକାଲିର ହନୁମାନ ଜୟନ୍ତୀର ସଫଳତା ଲୋକଙ୍କ ଭିତରେ ଥିବା ଆଧ୍ୟାତ୍ମିକତା, ଆଉ ହନୁମାନଙ୍କ ପ୍ରତି ଯେଉଁ ଆଶକ୍ତି, ହନୁମାନଙ୍କ ତ୍ୟାଗ , ସାହସ, ଶକ୍ତି , ସମର୍ପଣର ଭାବ ପ୍ରତି ଯେଉଁ ଆଶକ୍ତି ତାର ଗତକାଲି ପ୍ରତିଫଳନ ହୋଇଥିଲା । ହନୁମାନ ଜୟନ୍ତୀର ସଫଳତା ପାଇଁ ମୁଁ ମହାପ୍ରଭୁଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବି। ମହାପ୍ରଭୁ ହନୁମାନଜୀ ଏହାର ନେତୃତ୍ୱ ନେଇଥିଲେ । ସମ୍ୱଲପୁରର ତଥା ଆମ ରାଜ୍ୟର ସବୁ ଜନତାଙ୍କୁ ମୁଁ କୃତଜ୍ଞତା ଜଣାଇବି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
