ସମ୍ବଲପୁର ସହରକୁ ଆଧୁନିକ ଓ ସୁନ୍ଦର କରିବାକୁ ଧର୍ମେନ୍ଦ୍ରଙ୍କ ବଡ଼ ପଦକ୍ଷେପ

Key Points
ସମ୍ବଲପୁର ସହରକୁ ଆଧୁନିକ ଓ ସୁନ୍ଦର କରିବାକୁ ଧର୍ମେନ୍ଦ୍ରଙ୍କ ବଡ଼ ପଦକ୍ଷେପ
୬୦ କୋଟି ବ୍ୟୟର ଦୁର୍ଗାପାଲି ରେଲୱେ ଓଭରବ୍ରିଜର କଲେ ଉଦଘାଟନ
କହିଲେ- ଡବଲ୍ ଇଞ୍ଜିନ ସରକାରରେ ଶ୍ରୀମନ୍ତ ସହର ହେବ ସମ୍ବଲପୁର
ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଅଣାଯିବ ଉନ୍ନତି
ସମ୍ବଲପୁର ଚିଡିଆଖାନାକୁ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବାକୁ ଯୋଜନା
ମିଶନ ଗ୍ରୀନ୍ ସମ୍ବଲପୁରରେ ୩ ମାସରେ ୧ ଲକ୍ଷ ଗଛ ଲଗାଇବାକୁ ଦେଲେ ଟାର୍ଗେଟ୍

ସମ୍ବଲପୁରରେ ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ୬୦ କୋଟି ୪୩ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବ୍ରିଜ୍ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଓଭରବ୍ରିଜ୍ ସମ୍ବଲପୁର ସହରକୁ ସୁନ୍ଦର ଓ ଆଧୁନିକ କରିବା ପାଇଁ ଭଲ ପଦକ୍ଷେପ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଲୋକଙ୍କ ଯାତାୟତ ସୁରକ୍ଷିତ ଓ ସୁଗମ ହେବ । ସମ୍ବଲପୁରରେ ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ କରାଯିବ । ସହର ମଧ୍ୟରେ ଥିବା ଆଭ୍ୟନ୍ତରୀଣ ରାସ୍ତା ତିଆରି କରାଯିବ । ମହାନଦୀ ଉପରେ ବ୍ରିଜ୍ ନିର୍ମାଣ ହେବ, ଯାହାକି ବୁର୍ଲା ଓ ହୀରାକୁଦକୁ ସଂଯୋଗ କରିବ । ସମ୍ବଲପୁର ସହରକୁ ବୃହତ ମହାନିଗମ ନିଗମରେ ପରିଣତ ପାଇଁ ସରକାର ଅଙ୍ଗିକାରବଦ୍ଧ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ସେହିପରି ବଡି ଭୋରୁ ସମ୍ବଲପୁର ଚିଡିଆଖାନା ପରିଦର୍ଶନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହାକୁ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ଯୋଜନା କରାଯିବ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଚିଡିଆଖାନାରେ ଜୀବ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ବୁଲିବା ସହ ଲୋକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ସମ୍ବଲପୁରକୁ ସବୁଜ ସହରରେ ପରିଣତ କରିବାକୁ ୩ ମାସରେ ୧ ଲକ୍ଷରୁ ଅଧିକ ଗଛ ଲଗାଇବାକୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗକୁ ଟାର୍ଗେଟ୍ ଦେଇଛନ୍ତି ଧର୍ମେନ୍ଦ୍ର ।
ପୋତାପାଲି ସ୍ଥିତ ‘ଶ୍ରୀକୃଷ୍ଣ ଗୌଶାଲା’ର ଅତ୍ୟାଧୁନିକ ନବପ୍ରକଳ୍ପ ନିର୍ମାଣ ପାଇଁ ଭୂମିପୂଜନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ଦିନରେ ଏମଏସିଏଲର ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ଏଠାରେ ନୂଆ ଭବନ ନିର୍ମାଣ ସହ ଆନୁଷଙ୍ଗିକ କାମ ହେବ କହିଛନ୍ତି ଧର୍ମେନ୍ଦ୍ର