ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ

Key Points
କଣିହାଁକୁ ମିଳିବ ୪୦ କୋଟିର ଭେଟି
ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ
ଅନୁଗୋଳ କଣିହାଁ ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
୪୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଅନୁଗୁଳ ଜିଲ୍ଲାର ବନରପାଳ ଓ କଣିହାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଇ ଅନୁଗୁଳ ବନରପାଳ ବ୍ଲକ ଜୋରାଗାଡ଼ିଆ ଗ୍ରାମରେ ମହୀଧରପୁର ପୁରଠାରୁ ସନ୍ତ୍ରୀ ଛକ ପର୍ଯ୍ୟନ୍ତ ସୋଲାର ଷ୍ଟ୍ରିଟ ଲାଇଟ ପ୍ରକଳ୍ପ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବେ ।
କଣିହାଁରେ ପ୍ରଜାମଣ୍ଡଳ ଭବନର ଭୂମିପୂଜନ କାର୍ଯ୍ୟରେ ଯୋଗ ଦେଇ କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ । କଣିହାଁରେ ଟିକିରା ନଦୀ ଉପରେ ଏକ ବ୍ରିଜର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ୪୦ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେଠାରୁ ଦେବଗଡ଼ ଅଭିମୁଖେ ଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ ।