Dharmendra Pradhan / 'କୁଦୋପାଲିର ଇତିହାସ କେବଳ ଆନ୍ଦୋଳନ ନୁହେଁ'

Key Points
ଯେଉଁ ମାଟିରେ ସହିଦ ହୋଇଥିଲେ ବୀର ଛବିଳ ସାଏଙ୍କ ସହ ୫୭ ଜଣ ବୀର ସଂଗ୍ରାମୀ । ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପବିତ୍ରସ୍ଥଳୀ ସମ୍ବଲପୁର କୁଦୋପାଲିରେ ଆଜି ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଛି ପଦଯାତ୍ରା । କେନ୍ଦ୍ରଶିକ୍ଷାମନ୍ତ୍ରୀଙ୍କ ସହ ଏଥିରେ ସାମିଲ ହୋଇ ସୁରକ୍ଷା ବାହିନୀ, ଛାତ୍ରଛାତ୍ରୀ ବୀରମାନଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଧର୍ମେନ୍ଦ୍ର କହିଛନ୍ତି, ୨୦୪୭ ବେଳକୁ କୁଦୋପାଲି ଏକ ବୃହତ୍ ସଂଗ୍ରାମୀ ତୀର୍ଥସ୍ଥଳୀରେ ପରିଣତ ହେବ।
ବୀରଙ୍କ ମାଟି । ସମ୍ବଲପୁରର କୁଦୋପାଲି । ୧୮୫୭ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ପାବିତ୍ରସ୍ଥଳୀ । ଯେଉଁଠି ହୋଇଛି ବୀର ଛବିଳ ସାଏଙ୍କ ସ୍ମୃତି ପଦଯାତ୍ରା । ଏଥିରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କୁଦୋପାଲି ଛକରୁ ସହିଦ ସ୍ମାରକୀ ସ୍ତମ୍ଭ ପର୍ଯ୍ୟନ୍ତ ହାତରେ ତ୍ରିରଙ୍ଗା ପତାକା ଧରି ପଦଯାତ୍ରା କରିଥିଲେ । ସାମିଲ ହୋଇଥିଲେ ପୋଲିସ, ଅର୍ଦ୍ଧ ସାମରିକ ବାହିନୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ।
ଧର୍ମେନ୍ଦ୍ର କହିଛନ୍ତି, କୁଦୋପାଲିର ଇତିହାସ କେବଳ ଆନ୍ଦୋଳନ ନୁହେଁ, ହଜାର ହଜାର ବୀରଙ୍କ ରକ୍ତ ଓ ଆତ୍ମବଳିଦାନର ଗାଥା । କୁଦୋପାଲିର ମହତ୍ତ୍ଵ ଜାଲିଆନାୱାଲାବାଗଠାରୁ କମ୍ ନୁହେଁ । ଏହି ଗୌରବକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ଦାୟିତ୍ୱ ଆମ ସମସ୍ତଙ୍କର । ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ବେଳକୁ କୁଦୋପାଲି ଏକ ବୃହତ ସଂଗ୍ରାମୀ ତୀର୍ଥସ୍ଥଳୀରେ ପରିଣତ ହେବାର ଲକ୍ଷ୍ୟ ରଖାଯାଇଛି ।
ସେପଟେ ସମ୍ବଲପୁରରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୪ ତମ ବାର୍ଷିକ ସମ୍ମିଳନୀର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ପ୍ରେଖ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ମାଧ୍ୟମ ମାତୃଭାଷା ହେବା ଉଚିତ । ସେହିପରି ଭାରତର ନ୍ୟାୟ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଏହାକୁ ମାତୃଭାଷା ଆଧାରିତ କରିବାକୁ ହେବ ।
କୁଦୋପାଲିରେ ବୀର ସୁରେନ୍ଦ୍ର ସାଏ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ପିଲାଙ୍କୁ ଫଳ ବାଣ୍ଟିଛନ୍ତି କେନ୍ଦ୍ରମନ୍ତ୍ରୀ । ବୀର ଛବିଳ ସାଏ ଓ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ସ୍ତମ୍ଭରେ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ବୀର ଛବିଳ ସାଏ ସହିଦ ସଂଗ୍ରହାଳୟ ବୁଲି ଦେଖିଛନ୍ତି । ଏହାସହ ସମ୍ବଲପୁର ସିନ୍ଦୂରପଙ୍କରେ ଭାରତୀୟ ସେନାର ସୌର୍ଯ୍ୟ ଓ ବୀରତ୍ୱର ବୟାନ କରୁଥିବା 'ସମ୍ବଲପୁର ପ୍ରବେଶ ଦ୍ୱାର'ର ଲୋକାର୍ପଣ କରିଛନ୍ତି ।
📱 Get Argus News App
✨Related Topics
Explore more stories