ମହାରାଷ୍ଟ୍ର ରାଜନୀତିକୁ ନେଇ ରାହୁଲଙ୍କୁ ଧୋଇଲେ ଧର୍ମେନ୍ଦ୍ର

Key Points
ଦେଶବାସୀ ବାରମ୍ବାର ରାହୁଲ ଗାନ୍ଧୀଙ୍କ ଦର୍ଶନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଏହାର ଫ୍ରଷ୍ଟେସନରେ ରାହୁଲ ଗାନ୍ଧୀ ଏମିତି ବୟାନ ରଖୁଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ସମସ୍ୟା ସେତେବେଳେ ହୋଇଥାଏ ଯେବେ ଜଣେ ଅଜ୍ଞାନୀ ଅହଙ୍କାରରେ ରହିଥାଏ ।
ପୁଣି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବ୍ୟାପକ ଜାଲିଆତି ନେଇ ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗର କରିଛନ୍ତି କାଉଣ୍ଟର । ଧର୍ମେନ୍ଦ୍ର କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନକୁ ଏହା ଭିତରେ ଅନେକ ଦିନ ହୋଇଗଲାଣି । ସେହି ସମୟରେ ଝାଡ଼ଖଣ୍ଡରେ ବି ନିର୍ବାଚନ ହୋଇଥିଲା । ତେବେ ଝାଡଖଣ୍ଡରେ ଜାଲିଆତି ହୋଇଥିଲା କି ? ବିଜେପି ପଶ୍ଚିମବଙ୍ଗରେ ବି ନିର୍ବାଚନ ହାରିଥିଲା, ସେଠାରେ କଣ ରାଗିଂ ହୋଇଥିଲା ?
ଦେଶବାସୀ ବାରମ୍ବାର ରାହୁଲ ଗାନ୍ଧୀଙ୍କ ଦର୍ଶନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାର ଫ୍ରଷ୍ଟେସନରେ ରାହୁଲ ଗାନ୍ଧୀ ଏମିତି ବୟାନ ରଖୁଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ସମସ୍ୟା ସେତେବେଳେ ହୋଇଥାଏ ଯେବେ ଜଣେ ଅଜ୍ଞାନୀ ଅହଙ୍କାରରେ ରହିଥାଏ । ରାହୁଲ ଗାନ୍ଧି ଜଣେ ଅଜ୍ଞାନୀ ପିଲା, ତାଙ୍କର ଭାରତୀୟ ପ୍ରଜାତନ୍ତ୍ର ଉପରେ ବିଶ୍ବାସ ନାହିଁ । ସାମନ୍ତବାଦୀ ଚିନ୍ତାଧାରା ରଖୁଥିବା ଲୋକଙ୍କ ମନରେ ବେଳେ ବେଳେ ଏମିତି ଦେବାଳିଆପଣ ଦେଖାଯାଏ।