Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହିମାଗାଦିରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର

Odisha

ମହିମାଗାଦିରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·11 months ago·1 min read
ମହିମାଗାଦିରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର

Key Points

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାଗାଦିରେ ଉନ୍ନତିମୂଳକ କାର୍ଯ୍ୟ ଓ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରକଳ୍ପକୁ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଥିସହ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନିଜ `X' ଆକାଉଣ୍ଟରେ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି- ଯୋରନ୍ଦାର ମହିମାଗାଦି କେବଳ ମହିମା ଧର୍ମର କେନ୍ଦ୍ର ବିନ୍ଦୁ ନୁହେଁ, ଏହା ଦିନେ ସାରା ଓଡ଼ିଶାର ଶିକ୍ଷା ଓ ଜ୍ଞାନର କେନ୍ଦ୍ର ଭାବେ ପରିଚିତ ଥିଲା । 

 

ମହିମା ଗୋସାଇଁଙ୍କ ଅମୂଲ୍ୟ ବାର୍ତ୍ତାକୁ ସନ୍ଥକବି ଭୀମ ଭୋଇ ଏହି ପବିତ୍ର ମାଟିରେ ଶିକ୍ଷା ଓ ଆଧ୍ୟାତ୍ମିକତାର ଏକ ବିରାଟ ଆନ୍ଦୋଳନକୁ ଜନ୍ମ ଦେଇଥିଲେ । ମହିମାଗାଦିର ବିକାଶ ଏବଂ ଭବ୍ୟ ଶୂନ୍ୟ ମଣ୍ଡପ ଦ୍ୱାରା ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dharmendra-thanks-chief-minister-for-developmental-works-in-mahamigadi | Argus News