Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର ପର୍ଯ୍ୟଟନକୁ ନୂଆ ରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

Manini Pattanayak
Browse all articles by Manini Pattanayak
·2 years ago·1 min read
ସମ୍ବଲପୁର ପର୍ଯ୍ୟଟନକୁ ନୂଆ ରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ପର୍ଯ୍ୟଟନକୁ ନୂଆ ରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ 'ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ' ପ୍ରସ୍ତାବ ଉପରେ ବିଚାର କରିବାକୁ ଚିଠିଲେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ମୋଦୀ ସରକାରଙ୍କ `ବିକାଶ ବି-ବିରସାତ୍ ବି' ଯୋଜନା ଓଡ଼ିଶାର ଅନେକ ନଦୀ ଓ ଐତିହାସିକ ସ୍ଥଳୀକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ'ରେ ବିକଶିତ କରିବାର ସୁଯୋଗ ପ୍ରଦାନ କରୁଛି। ମହାନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ବିଶ୍ବସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ଲାଗି ସମ୍ବଲପୁର ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଏଠାରେ ପାର୍କ, ୱାକ୍ ୱେ, ଜିମ୍, ଆମ୍ଫିଥିଏଟର, ଆରତୀ ଘାଟ ଏବଂ ନଦୀ କୂଳରେ ଗାଧୋଇବା ଭଳି ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ। ସମ୍ବଲପୁର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିବା ସହ ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଆକର୍ଷଣକୁ ବଢାଇବାରେ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra wrote a letter to the Chief Minister to give Sambalpur tourism a new look | Argus News