Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / Linked Inରେ ଯୁବକମାନଙ୍କ ପାଇଁ ବଡ଼ ବର୍ତ୍ତା ଦେଲେ ଧର୍ମେନ୍ଦ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
Linked Inରେ ଯୁବକମାନଙ୍କ ପାଇଁ ବଡ଼ ବର୍ତ୍ତା ଦେଲେ ଧର୍ମେନ୍ଦ୍ର

Key Points

କେନ୍ଦ୍ରମନ୍ତ୍ରୀଙ୍କ ଏହି ପୋଷ୍ଟ ପଡ଼ିବା ମାତ୍ରେ ଏହା ଭାଇରାଲ ହେବାକୁ ଲାଗିଲା ।
ସୋସିଆଲ ମିଡିଆରେ ଏହା ଢ଼େର ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଯୁବକମାନଙ୍କ ଉଦ୍ଦେଶ୍ୟରେ ବଡ଼ କଥା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ସାଇଟ୍‌ ଲିଙ୍କ୍‌ଡ ଇନ୍‌ରେ ଏହି ପୋଷ୍ଟ କରିଛନ୍ତି, ଯାହାକୁ ସମସ୍ତେ ପସନ୍ଦ କରିଛନ୍ତି । ଦେଶର ଯୁବକମାନଙ୍କ ପାଇଁ ଏହା ଏକ ପ୍ରେରଣାଦାୟୀ ବାର୍ତ୍ତା ବୋଲି ଅନେକ କହିଛନ୍ତି । କାରଣ ଯୁବକମାନଙ୍କ ଭବିଷ୍ୟତ... ଦେଶର ଭବିଷ୍ୟତ । ଯୁବକମାନେ ଯେତେ ଶକ୍ତିଶାଳି ହେବେ, ଆମ ଦେଶ ସେତେ ଅଧିକ ଶକ୍ତିଶାଳି ହେବ ଏବଂ ଆଗକୁ ବଢ଼ିବ । ଯୁବକମାନେ ନିଜ ଭବିଷ୍ୟତକୁ ଯେତେ ସୁନ୍ଦର ଭାବେ ଗଢ଼ିବେ, ଆମ ଦେଶର ଭବିଷ୍ୟତ ମଧ୍ୟ ସେତେ ସୁନ୍ଦର ଭାବେ ଗଢ଼ି ଉଠିବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଲିଙ୍କ୍‌ଡ ଇନ୍‌ ହ୍ୟାଣ୍ଡେଲରେ ଲେଖିଛନ୍ତି, 'ଭବିଷ୍ୟତ କେବେ ବି ଆପେ ଆପେ ଗଢ଼ି ହୁଏନି, ଏହାକୁ ନିଜ ହାତରେ ସୁନ୍ଦର ଭାବେ ଗଢ଼ି ତୋଳିବାକୁ ହୋଇଥାଏ' । ସାଧାରଣ ଭାଷାରେ କହିବାକୁ ଗଲେ ଯିଏ ନିଜ ଭବିଷ୍ୟତକୁ ଯେମିତି ଗଢ଼ିବ ସିଏ ସେମିତି ଫଳ ପାଇବ ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ପୋଷ୍ଟ ପଡ଼ିବା ମାତ୍ରେ ଏହା ଭାଇରାଲ ହେବାକୁ ଲାଗିଲା । ସୋସିଆଲ ମିଡିଆରେ ଏହା ଢ଼େର ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଛି । କାରଣ କେନ୍ଦ୍ରମନ୍ତ୍ରୀଙ୍କ ଏହି ପଦେ କଥା ଦେଶର ଯୁବକମାନଙ୍କ ପାଇଁ ରହିଥିଲା ବୋଲି କୁହାଯାଇଛି । ଯୁବକମାନେ ହିଁ ବିକଶିତ ଓ ପ୍ରଗତିଶୀଳ ଭାରତର ଚେହେରା । ଭାରତକୁ ନୂଆ ଦିଶାରେ ନେବା ପାଇଁ ଯୁବକମାନଙ୍କ ଭୁମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଦ୍ୱାରା ହିଁ ନୂଆ ଭାରତର ନିର୍ମାଣ କରାଯାଇପାରିବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଦେଶର ଯୁବକମାନଙ୍କୁ ଏଭଳି ଉତ୍ସାହିତ କରିଥାନ୍ତି । ସେ କେବଳ ପଲିସି ଭିତରେ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ । କାରଣ କେବଳ ପଲିସି ଦ୍ୱାରା ଦେଶ ଆଗକୁ ବଢ଼ିନଥାଏ । ତେଣୁ ସେ ବାସ୍ତବିକ କ୍ଷେତ୍ରରେ ପ୍ରତ୍ୟେକ କାମକୁ ପ୍ରୟୋଗ କରିବାରେ ବିଶ୍ୱାସ ରଖନ୍ତି । ଯୁବକମାନେ ପ୍ରାକ୍ଟିକାଲ ଫିଲ୍ଡରେ ଯେତେ ନିଜକୁ ନିୟୋଜିତ କରିବେ, ଦେଶ ସେତେ ଆଗକୁ ଯିବ ।

କେବଳ ଯୁବକମାନଙ୍କୁ ନୁହେଁ, ଛାତ୍ର, ଶିକ୍ଷକ ତଥା ଅଧ୍ୟାପକ, ବ୍ୟବସାୟୀଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଥାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Dharmendra wrote on Linked In, saying that the future has to be shaped... | Argus News