Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଧର୍ମେନ୍ଦ୍ରଙ୍କ ତତ୍ପରତା

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଧର୍ମେନ୍ଦ୍ରଙ୍କ ତତ୍ପରତା
Dharmendra Pradhan

Key Points

ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ତଥା ମୋଟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନିଷ୍ପତ୍ତି ନିଆଯାଇଥିଲା ।

ଚାଷୀ ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ପରତା । ରାଜ୍ୟରେ ଚଳିତ ଖରିଫ ଧାନ ବିକ୍ରିକୁ ନେଇ ଚାଲିଥିବା ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ବର୍ଷ ଖରିଫ ଧାନ ବିକ୍ରିକୁ ନେଇ ଚାଷୀ ସଙ୍ଗଠନ ପକ୍ଷରୁ ଗତ କିଛି ଦିନ ପୂର୍ବରୁ ଆନ୍ଦୋଳନ କରାଯାଇଥିଲା । ଶୁକ୍ରବାର ପୁଣି ଟୋକାନ ସମସ୍ୟାକୁ ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଥିଲେ । ଆନ୍ଦୋଳନ ସମ୍ପର୍କରେ ସୂଚନା ପାଇବା ପରେ କେନ୍ଦ୍ରମନ୍ତ୍ରୀ ଫୋନ ଯୋଗେ CMଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଲୋଚନା କରିଛନ୍ତି ।

ଏହା ପୂର୍ବରୁ ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ FCI ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ୍ କରି ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ସ୍ୱାର୍ଥକୁ ରକ୍ଷା କରି ଖରିଫ ଫସଲ ପାଇଁ ଧାନ କିଣିବା ଲକ୍ଷ୍ୟକୁ ୪୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୪୭ ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି । ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ ୧୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୧୧ ଲକ୍ଷ ମେଟ୍ରିକ୍ ଟନ୍ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହା ସହ ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ତଥା ମୋଟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟପଟେ ଗତ ମାସରେ ରାଜ୍ୟ କ୍ୟାବିନେଟରେ ସମବାୟ ବିଭାଗର ଆଦର୍ଶ ମଣ୍ଡି ପ୍ରସ୍ତାବକୁ ମଞ୍ଜୁରୀ ମଳିସାରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୮ଟି ମଣ୍ଡିକୁ ଆଦର୍ଶ ମଣ୍ଡି କରାଯିବ । ପ୍ରତ୍ୟେକ ଜିଲ୍ଲାର ଅନୁନ୍ୟ ଗୋଟିଏ ମଣ୍ଡି ହେବ ଆଦର୍ଶ ମଣ୍ଡି । ଏଥିପାଇଁ ମୋଟ ୩୦୦ କୋଟି ଖର୍ଚ୍ଚ ହେବ । ୧୫୦ କୋଟି ଟଙ୍କା ବଜେଟରେ ୨ ବର୍ଷରେ ଦିଆଯିବ । ବାକି ଖର୍ଚ୍ଚ ଆରଏମସି ଦେବ । ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ସମବାୟ ବିଭାଗ ବଜେଟ୍‌ରେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଆଦର୍ଶ ମଣ୍ଡିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ । ଚାଷୀଙ୍କ ପାଇଁ ସମସ୍ତ ସୁବିଧା ସହ ବିହନ ମାନ ପରୀକ୍ଷଣ ସୁବିଧା ରହିବ । ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୬୨ଟି ମଣ୍ଡିକୁ ମଡେଲ୍ ମଣ୍ଡି କରାଯିବ । ଓଡ଼ିଆ ଅମଲା ସେବା (ବାଣିଜ୍ୟ ଓ ଦ୍ରବ୍ୟକର) ନିୟମାବଳୀ, ୨୦୨୫ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Dharmendra's eagerness to solve farmers' problems | Argus News