Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧର୍ମେନ୍ଦ୍ରଙ୍କ ନିର୍ବାଚନ ରଣନୀତିର ନେଇ ସାରା ଦେଶରେ ଜୟ ଜୟକାର

Odisha

ଧର୍ମେନ୍ଦ୍ରଙ୍କ ନିର୍ବାଚନ ରଣନୀତିର ନେଇ ସାରା ଦେଶରେ ଜୟ ଜୟକାର

Manini Pattanayak
Browse all articles by Manini Pattanayak
·1 year ago·2 min read
ଧର୍ମେନ୍ଦ୍ରଙ୍କ ନିର୍ବାଚନ ରଣନୀତିର ନେଇ ସାରା ଦେଶରେ ଜୟ ଜୟକାର

ନୂଆଦିଲ୍ଲୀ:  ହରିୟାଣା ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟକୁ ନେଇ ସାରାଦେଶରେ ଖୁସି ମନାଉଛି ବିଜେପି। ହେଲେ ଓଡ଼ିଶା ବିଜେପି ପାଇଁ ହରିୟାଣା ଜିତ୍ ଆଣିଦେଇଛି ଡବଲ ଖୁସି। କାରଣ ଏହି ବିଜୟ ପଛରେ ରହିଛି ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କମାଲ। ତେଣୁ ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତା ଏହାକୁ ନେଇ ଖୁବ୍ ଉତ୍ସହିତ। ସେପଟେ କିନ୍ତୁ ହରିୟାଣା ଫଳାଫଳ ଓଡ଼ିଶାରେ ବିରୋଧୀ ଶିବିରକୁ କରିଦେଇଛି ନିସ୍ତବ୍ଦ। କଂଗ୍ରେସ ତ ଦୁଃଖି ହେବା ସ୍ବାଭାବିକ କଥା। କିନ୍ତୁ ହରିଆଣା ରେଜଲ୍ଟ ବିଜେଡିକୁ ଦେଇଛି ବଡ଼ ଜଲ୍ଟ। ଗତ ୫ ତାରିଖ ସଂଧ୍ୟାରେ ଯେତେବେଳେ ହରିଆଣା ନିର୍ବାଚନକୁ ନେଇ ଏଗଜିଟ୍ ପୋଲ ସର୍ଭେ ସାମ୍ନାକୁ ଆସିଥିଲା ବିଜୁ ଜନତାଦଳ ହୋଇପଡ଼ିଥିଲା ଖୁବ୍ ଉତ୍ସାହିତ। ଆଉ ବିଜେପିକୁ କରିଥିଲା କଟାକ୍ଷ। 
 କିନ୍ତୁ ମଙ୍ଗଳବାର ଏଗଜିଟ୍ ପୋଲ ଆକଳନ ଓଲଟି ଯିବା ପରେ କଂଗ୍ରେସଠାରୁ ମଧ୍ୟ ଅଧିକ ଦୁଃଖୀ ହୋଇପଡ଼ିଛନ୍ତି ବିଜେଡି ନେତା। ହେଲେ ଉପରକୁ କହୁଛନ୍ତି ଆମେ କୌଣସି ନିର୍ବାଚନ ଫଳାଫଳ ନେଇ ନୋହୁଁ ଆଶଙ୍କିତ କି ବ୍ୟତିବ୍ୟସ୍ତ।  ସେପଟେ ହରିୟାଣାରେ ରେକର୍ଡ ବିଜୟ ପରେ ସରକାର ଗଠନ ନେଇ ଆରମ୍ଭ ହୋଇଯାଇଛି ବିଜେପିରେ ମନ୍ଥନ। ନାୟବ ସିଂ ସୈନି ପୁଣି ବନିବେ ମୁଖ୍ୟମନ୍ତ୍ରୀ ନା ଆଉ କାହାକୁ ମିଳିବ ସିଏମ୍ କୁର୍ସି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଏହି ଭିତରେ ସୈନି ବୁଧବାର ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଦି ବରିଷ୍ଠ ନେତାଙ୍କ ସହ କରିଛନ୍ତି ସାକ୍ଷାତ ଆଲୋଚନା। ଇତି ମଧ୍ୟରେ ହରିୟାଣାରେ ୩ ନବନିର୍ବାଚିତ ସ୍ବାଧୀନ ବିଧାୟକ ହୋଇଛନ୍ତି ବିଜେପିରେ ସାମିଲ। ହିସାର ଆସନରୁ ନିର୍ବାଚିତ ସ୍ବାଧୀନ ବିଧାୟକ ଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବିଜେପିରେ ସାମିଲ ନେଇ ପୂର୍ବରୁ ଘୋଷଣା କରିସାରିଥିବା ବେଳେ ବୁଧବାର ଅନ୍ୟ ଦୁଇ ସ୍ବାଧୀନ ବିଧାୟକ ଦେବେନ୍ଦ୍ର କାଦ୍ୟାନ ଓ ରାଜେଶ୍ ଜନ୍ ହୋଇଛନ୍ତି ବିଜେପିରେ ସାମିଲ।  ଦିଲ୍ଲୀରେ ବିଜେପିର ହରିୟାଣା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ  ଭେଟିବା ପରେ ଏହି ଘୋଷଣା କରିଛନ୍ତି ଦେବେନ୍ଦ୍ର କାଦ୍ୟାନ। ଏହି ଅବସରରେ  ହରିୟାଣା ବିଜେପି ସଭପତି ମୋହନ ଲାଲ ବଡୋଲି ମଧ୍ୟ ଉପସ୍ଥିତ ଥିଲେ। ହରିୟାଣାରେ ହ୍ୟାଟ୍ରିକ୍ ବିଜୟ ପଛରେ ରହିଛି ମୋଦିଙ୍କ ବିଶ୍ବସ୍ତ ସିପାହୀ ତଥା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଭୂମିକା। ଧର୍ମେନ୍ଦ୍ରଙ୍କ ସଫଳ ରଣନୀତି ଯୋଗୁଁ ସରକାର ବିରୋଧୀ ହାୱାକୁ ମାତ୍ ଦେଇ, ଏଗଜିଟ୍ ପୋଲ ଆକଳନକୁ ଭୁଲ ପ୍ରମାଣିତ କରି ବିଜୟ ମୁକୁଟ ପିନ୍ଧିଥିଲା ବିଜେପି। ଜଣେ ସଫଳ ନିର୍ବାଚନ ରଣନୀତିକାର ଭାବେ ଧର୍ମେନ୍ଦ୍ରଙ୍କ ଭୂମିକାର ପ୍ରଶଂସାରେ ଶତମୁଖ ଜାତୀୟ ଗଣମାଧ୍ୟମ। ସମସ୍ତେ ହରିୟାଣା ବିଜୟ ପଛରେ ମୋଦିଙ୍କ ବିଶ୍ବସ୍ତ ଯୋଦ୍ଧା ଧର୍ମେନ୍ଦ୍ରଙ୍କୁ ଦେଇଛନ୍ତି ବଡ଼ ଶ୍ରେୟ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra's election strategy is up for grabs across the country | Argus News