Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ଧର୍ମେନ୍ଦ୍ରଙ୍କ ବିଶାଳ ରୋଡ୍‌ ଶୋ', ବାଇକ୍‌ ରାଲିରେ ହଜାର ହଜାର ଲୋକ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଧର୍ମେନ୍ଦ୍ରଙ୍କ ବିଶାଳ ରୋଡ୍‌ ଶୋ', ବାଇକ୍‌ ରାଲିରେ ହଜାର ହଜାର ଲୋକ

Key Points

ସେନାପତିଆ ପୋଖରୀ ପାରିପାର୍ଶ୍ୱିକ ଉନ୍ନତିକରଣ, ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ, ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରକଳ୍ପର ଶିଳାନ୍ୟାସ କରାଯିବ ।

ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ରୋଡ୍ ସୋ । ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ସହ କର୍ମକର୍ତ୍ତାଙ୍କ ବାଇକ୍ ରାଲି । ତାପରେ ଧାମନଗର ଗସ୍ତରେ ଯାଇ ଗୋହିରାଟିକିରିରେ ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ନିକଟସ୍ଥ ମଠ ପରିଦର୍ଶନ କରିବେ । ଏହାପରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାରେ ସାମିଲ ହେବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର ଗୋହିରାଟିକିରିଠାରୁ ଦୋବଲ କାଳୀ ବଜାର ପର୍ଯ୍ୟନ୍ତ ପଦଯାତ୍ରା କରିବେ ।

ପରେ ଦୋବଲ କାଳୀପଡ଼ିଆରେ ଆୟୋଜିତ ସଭାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ । ପ୍ରାୟ ୧୦୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପାଣ୍ଠିରୁ ୧୫ କୋଟି ଟଙ୍କାରେ ହେବାକୁ ଥିବା ଧାମନଗର ମହାବିଦ୍ୟାଳୟ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ଏଥିସହ ସେନାପତିଆ ପୋଖରୀ ପାରିପାର୍ଶ୍ବିକ ଉନ୍ନତିକରଣ, ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ, ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରକଳ୍ପର ଶିଳାନ୍ୟାସ କରାଯିବ ।

ସେହିପରି ଜଳସଂପଦ ବିଭାଗ ପକ୍ଷରୁ ୨୫.୮୫ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ୧୦ଟି ପ୍ରକଳ୍ପ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୩ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ୨୧.୨୫କୋଟି ଟଙ୍କାର ୩ଟି ପ୍ରକଳ୍ପ ଓ ଡ୍ରେନେଜ୍ ବିଭାଗ ପକ୍ଷରୁ ୪.୧୧ କୋଟି ଟଙ୍କାରେ ହେବାକୁ ଥିବା ୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବ ।

ଅନ୍ୟପଟେ ୟୁପି ହେଉ କି ହରିୟାଣା, ଉତ୍ତରାଖଣ୍ଡ ହେଉ କି ବିହାର । ସବୁଠି ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ରଣନୀତିରେ ଚିତ୍‌ପଟାଙ୍ଗ ମାରିଛନ୍ତି ବିରୋଧୀ। ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଓ NDA ବିଜୟର ପ୍ରମୁଖ ବିନ୍ଧାଣି ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ଵକୁ ସାରା ଦେଶରେ ପ୍ରଶଂସା କରାଯାଉଥିବା ବେଳେ ବିହାର ବିଜୟ ପରେ ସେ ଶନିବାର ପ୍ରଥମ ଥର ଓଡ଼ିଶା ଆସିଛନ୍ତି ।

ଭୁବନେଶ୍ଵର ବିମାନବନ୍ଦରରୁ ନେଇ ପୁରୀ ଏବଂ କଟକ ଯାଏଁ ସବୁଠି ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି ବିଜେପି ନେତା, କର୍ମୀ ଓ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା । ପାରମ୍ପରିକ ବାଦ୍ୟ, ଆଦିବାସୀ ଲୋକନୃତ୍ୟ, ଶହ ଶହ ସଂଖ୍ୟାରେ ଲୋକ । ଭୁବନେଶ୍ଵର ବିମାନବନ୍ଦରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସ୍ଵାଗତ ପାଇଁ ହୋଇଥିଲା ଏ ଭିଡ଼, ଯେଉଁଥିରେ ଥିଲା ଏମିତି ଭରପୁର ଉତ୍ସାହ ଆଉ ଉଲ୍ଲାସ । ବିଜେପି କର୍ମୀଙ୍କ ଜୋସ୍ ତ ଥିଲା ସବୁଠୁ ଉପରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Dharmendra's huge road show, thousands of people in bike rally | Argus News