Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ, ଫରେଷ୍ଟର ନିଲମ୍ବିତ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ, ଫରେଷ୍ଟର ନିଲମ୍ବିତ

Key Points

ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟଣା
ରାସୋଳ ଫରେଷ୍ଟର ଲୁସ୍ମିତା ସିଂ ନିଲମ୍ବିତ
ମୃତଦେହ ରଖି ରାସ୍ତାରୋକ କରିଥିଲେ ଗ୍ରାମବାସୀ
ବନବିଭାଗ ବିଳମ୍ବରେ ପହଞ୍ଚିବାରୁ ଉତ୍ତେଜନା 

ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟଣା । ଢେଙ୍କାନାଳ ବନଖଣ୍ଡ ଅଧିକାରୀ ରାସୋଳ ଫରେଷ୍ଟର ଲୁସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି । ରାଶୋଳ ସେକ୍ସନ ବାଘଧରିଆ ଗାଁରେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଶବ ରଖି ରାସ୍ତାରୋକ କରିଥିଲେ ଗ୍ରାମବାସୀ । ବନବିଭାଗ ବିଳମ୍ବରେ ପହଞ୍ଚି ଥିବାରୁ ଉତ୍ତେଜନା ଦେଖାଦେଇଥିଲା । ସ୍ଥାୟୀ ପ୍ରତିବାଦ ଦାବିରେ ଗ୍ରାମବାସୀ ଅଡ଼ି ବସିବାରୁ ଘଟଣାସ୍ଥଳରେ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲଦାର, SDPO ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।


ଏଘଟଣା ପରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ  ଦିଆଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ବାଗଧରିଆ ଗାଁରେ ପଶି ହାତୀ ଆକ୍ରମଣ କରିଥିଲା । ସାତମାଇଲ ଛକରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
dhenkanal-3-killed-in-elephant-attack-forest-officials-suspended-compensation-announced | Argus News