Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dhenkanal Range: ହାତୀ ବୁଲୁଛନ୍ତି ଗାଁରେ, ରେଞ୍ଜରଙ୍କ ଦେଖା ନାହିଁ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·1 min read
Dhenkanal Range: ହାତୀ ବୁଲୁଛନ୍ତି ଗାଁରେ, ରେଞ୍ଜରଙ୍କ ଦେଖା ନାହିଁ !

Key Points

ଠେଲାପେଲାରେ ଚାଲିଛି ଜଙ୍ଗଲ ଓ ପଶୁ ସୁରକ୍ଷା
ନାହାନ୍ତି ଆବଶ୍ୟକ ସଂଖ୍ୟକ ବନ ଅଧିକାରୀ କି କର୍ମଚାରୀ
ଖାଲି ପଡ଼ିଛି ୫୦%ରୁ ଅଧିକ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ
ହାତୀ ପ୍ରବଣ ଜିଲ୍ଲା ଢେଙ୍କାନାଳରେ ଏବେ ନା ହାତୀ ସୁରକ୍ଷିତ ନା ମଣିଷ

୧ ଲକ୍ଷ ୩୯ ହଜାର ୮୭୩ ହେକ୍ଟର ପରିମିତ ଜଙ୍ଗଲ ପରିବେଷ୍ଟିତ ଢେଙ୍କାନାଳ ବନଖଣ୍ଡ। ଯେଉଁଠି ରହନ୍ତି ରାଜ୍ୟର ସବୁଠାରୁ ଅଧିକ ହାତୀ । କେବଳ ହାତୀ ନୁହନ୍ତି ବାଘ, ଭାଲୁ, ହରିଣ, ବାରହା ଅନେକ ପ୍ରଜାତିର ଜୀବଜନ୍ତୁଙ୍କ ଆବାସସ୍ଥଳୀ। ମାତ୍ର ବିଡ଼ମ୍ବନା.. ଜଙ୍ଗଲ ଓ ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ନାହାନ୍ତି ଆବଶ୍ୟକ ମୁତାବକ କର୍ମଚାରୀ ।

ଢେଙ୍କାନାଳ ବନଖଣ୍ଡରେ ରହିଛି ୮ଟି ରେଞ୍ଜ । ସଦର, ଭୂବନ, କପିଳାସ ଓ ହିନ୍ଦୋଳ ରେଞ୍ଜରେ ନାହାନ୍ତି ରେଞ୍ଜର । ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହେବାରୁ ହିନ୍ଦୋଳ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଛି । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବାରୁ ସଦର ରେଞ୍ଜର ବି ନିଲମ୍ବନ ହୋଇଛନ୍ତି । ସେହିପରି ୮୪ ଫରେଷ୍ଟରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୪୮ ଜଣ ଓ ୧୩୦ ଫରେଷ୍ଟ ଗାର୍ଡ ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୬୦ ଜଣ । ମୋଟ ଉପରେ ୫୫ ପ୍ରତିଶତ ପଦବୀ ଫାଙ୍କା ପଡିଥିବା ବେଳେ, ୪୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଛି ବନଖଣ୍ଡ ।

ବନ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ନଥିବା ବେଳେ, ଦିନକୁ ଦିନ ହାତୀ-ମଣିଷ ଲଢେଇ ବଢିବାରେ ଲାଗିଛି । ଗତ ୫ ବର୍ଷରେ ଦେଢ଼ ଶହରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଥିବା ବେଳେ, ୫୦ରୁ ଅଧିକ ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହେଲାଣି । କର୍ମଚାରୀ ଅଭାବ ଏହାର ଏକ ବଡ଼ କାରଣ ହୋଇଥିବା ବେଳେ, କାର୍ଯ୍ୟରତ କିଛି କର୍ମଚାରୀ ଓ ଅଧିକାରୀଙ୍କ ଲାଞ୍ଚଖୋର ମନୋଭାବ ଓ ଅବହେଳା ପାଇଁ ସମସ୍ତେ ବିପଦରେ ପଡୁଥିବା କୁହାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dhenkanal Range: Elephants roaming the village, no rangers in sight! | Argus News